ଖୋର୍ଦ୍ଧା : ଲକ୍‌ଡାଉନ୍‌ କଟକଣା ସାଙ୍ଗକୁ କାଳବୈଶାଖୀ ଓ ଲଘୁଚାପକୁ ନେଇ ବଢ଼ୁଛି ଆଶଙ୍କା; ଚାପରେ ଅଣୁ ଓ କ୍ଷୁଦ୍ର ଶିଳ୍ପ

Advertisment

ଦୁର୍ଦ୍ଦିନରେ ୮୦ହଜାର ଲୋକଙ୍କ ଜୀବନ ଜୀବିକା

ଦୁର୍ଦ୍ଦିନରେ ୮୦ହଜାର ଲୋକଙ୍କ ଜୀବନ ଜୀବିକା

ଖୋର୍ଦ୍ଧା : ଲକ୍‌ଡାଉନ୍‌ କଟକଣା ସାଙ୍ଗକୁ କାଳବୈଶାଖୀ ଓ ଲଘୁଚାପକୁ ନେଇ ବଢ଼ୁଛି ଆଶଙ୍କା; ଚାପରେ ଅଣୁ ଓ କ୍ଷୁଦ୍ର ଶିଳ୍ପ

The Northeast Window

ଖୋର୍ଦ୍ଧା : କୋଭିଡ୧୯ ମହାମାରୀ ପାଇଁ ଲକ୍‌ଡାଉନ୍‌ କଟକଣା ତା ସାଙ୍ଗକୁ କାଳବୈଶାଖୀର ତାଣ୍ତବ ଓ ଆଗକୁ ଘୂର୍ଣ୍ଣିଝଡ଼ର ଆଶଙ୍କାକୁ ନେଇ ଏବେ ଖୋର୍ଦ୍ଧା ଜିଲ୍ଲାରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଗତ ୧ ମାସଧରି ଜିଲ୍ଲାରେ ଲକ୍‌ଡାଉନ୍‌ରେ ଜିଲ୍ଲାର ଅନେକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଥିବା ବେଳେ ପ୍ରାୟ ୮୦ହଜାର ଲୋକ ନିଜର ଜୀବିକା ହରାଇ ଘରେ ବସିଛନ୍ତି। ଏପରିସ୍ଥଳେ ମେ ୩ ତାରିଖ ପରେ ପୁଣି ଲକ୍‌ଡାଉନ୍‌ ବୃଦ୍ଧି ହୋଇପାରେ ବୋଲି ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଗତ ୨୪ ଓ ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା କାଳବୈଶାଖୀ କ୍ଷୁଦ୍ର ଓ ଅଣୁ କାରିଗର, ସାଧାରଣ ଚାଷୀ, ଗରିବ ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି। କାଳବୈଶାଖୀରେ ୬ ଜଣ ଆହତ ହୋଇଥିବା ବେଳେ ଅନେକଙ୍କ କଚ୍ଚା ଘର ଓ ପରିବା ଫସଲ ନଷ୍ଟ ହୋଇଛି। ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି ସେନେଇ ସମସ୍ତ ବ୍ଲକ୍‌ ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଛି। ଆଜି ସୁଦ୍ଧା ୩ଟି ବ୍ଲକ୍‌ର ରିପୋର୍ଟ ଆସିଛି ଓ ସେହି ବ୍ଲକ୍‌ରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।

ଅପରପକ୍ଷରେ, ୨୦୧୯ ମେ ମାସ ୩ ତାରିଖରେ ହୋଇଥିବା ଫନି ବାତ୍ୟାର ଭୟାବହତା ଏଯାଏଁ ଲୋକଙ୍କ ମନରୁ ଲିଭିନଥିବା ଓ ଏହା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଅନେକ ଅଣୁ , କ୍ଷୁଦ୍ର ଶିଳ୍ପ ନିଜର ଅଣ୍ଟା ସଳଖି ପାରି ନାହାନ୍ତି। ଯଦିଓ ପାଣିପାଗ ବିଭାଗ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଓଡ଼ିଶା ଉପରେ ପ୍ରଭାବ ପକାଇବ ନାହିଁ ବୋଲି ପୂର୍ବାନୁମାନ କରିଛି ତେବେ ଆସନ୍ତା ୨୯ ତାରିଖଠାରୁ ବର୍ଷା, ପବନକୁ ନେଇ ସାଧାରଣଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ସୂଚନାନୁସାରେ, ୨୦୧୯ ମେ ୩ ତାରିଖରେ ହୋଇଥିବା ଫନି ବାତ୍ୟାରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଜୀବନଯାତ୍ରା ପ୍ରାୟ ୧ ମାସ ଧରି ଅଚଳ ହୋଇ ପଡ଼ିଥିଲା। ପ୍ରାୟ ଦେଢ଼ ଲକ୍ଷ ଲୋକ ସରକାରୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ ହୋଇଥିଲେ। ବାତ୍ୟାରେ ୯ଜଣଙ୍କ ଜୀବନ ଯାଇଥିବା ବେଳେ କଟକ ପରେ ଖୋର୍ଦ୍ଧାର ସର୍ବାଧିକ ୮ଟି ବ୍ଲକ୍‌ର ୨୫ଲକ୍ଷ ୨ହଜାର ୮ଜଣ ପ୍ରଭାବିତ ହୋଇଥିଲେ। ଗ୍ରାମାଞ୍ଚଳରେ ୩୮ହଜାର ୮୩୨ ଘର ଭାଙ୍ଗିଥିବା ବେଳେ ସହରାଞ୍ଚଳରେ ୨୪ହଜାର ୫୮୦ ଘର ଭାଙ୍ଗିଥିଲା। ମିସନ ଶକ୍ତି ଦ୍ବାରା ଚାଲିଥିବା ୬୪୦ ଅଣୁ ଶିଳ୍ପାନୁଷ୍ଠାନ, ୩୪୭୮ ହସ୍ତତନ୍ତ ନଷ୍ଟ ହୋଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ୨୫ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଥିଲା। ଏହା ଉପରେ ନିର୍ଭରଶୀଳ ୨୦ହଜାର ୮୪୮ଜଣ ଜୀବିକା ହରାଇଥିଲେ। ସେହିଭଳି କୁଟୀରଶିଳ୍ପରେ ୫୪ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬ହଜାର ଜୀବିକା ହରାଇଥିଲେ। ମନରେଗା ଯୋଜନାରେ ୭କୋଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧ହଜାର ୩୦୬ଜଣ କ୍ଷତିଗ୍ରସ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe