ଆଜି ରାତି ୯ଟାରୁ ଲକଡାଉନରେ ରହିବ ଗଞ୍ଜାମ, ଜିଲ୍ଲାର ୯ ସହରରୁ ଉଠିଯିବ ସଟ୍‌ଡାଉନ୍

Advertisment
ଆଜି ରାତି ୯ଟାରୁ ଲକଡାଉନରେ ରହିବ ଗଞ୍ଜାମ, ଜିଲ୍ଲାର ୯ ସହରରୁ ଉଠିଯିବ ସଟ୍‌ଡାଉନ୍

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଶୁକ୍ରବାର ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ପ୍ରକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ୯ଟି ସହରରେ ୨୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି । ଏଠାରେ କେବଳ ଲକ୍‌ଡାଉନ୍ ବଳବତ୍ତର‌ ରହିବ। ଜିଲାର ଯେଉଁଠି ଯେଉଁଠି  କରୋନା ସଂକ୍ରମଣ ବଢ଼ୁଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେଠାରେ ପୂର୍ବ ଭଳି କଣ୍ଟନମେଣ୍ଟ ନିୟମ ବଳବତ୍ତର ରହିବ । ଜିଲାରେ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ୍‌କୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର କହିଛନ୍ତି । ଦୋକାନୀମାନେ ସମ୍ପୂର୍ଣ୍ଣ ବ୍ୟାରିକେଟ୍‌ କରି ନିର୍ଦ୍ଧାରିତ ସମୟ ଭିତରେ ବ୍ୟବସାୟ କରିବେ, ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୋକାନ ବନ୍ଦ ସହ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

publive-image

ଅନ୍ୟପକ୍ଷରେ ଆଜି ରାଜ୍ୟରେ ୭୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୭୯ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩୯ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସବୁଦିନ ଭଳି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୧ ଜଣ ଆକ୍ର‌ାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୯୮ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe