କନ୍ଧମାଳରେ କରୋନା ଲକ୍ ଡାଉନ କଡାକଡି : ଘରେ ରହିବାକୁ ଅପିଲ,ନ ମାନିଲେ କାର୍ଯ୍ୟାନୁଷ୍ଠାନ

Advertisment

ବଜାର ଓ ଦୋକାନ ବୁଲି ତାଗିଦ୍ କଲେ ଜିଲ୍ଲାପାଳ ଓ ଏସପି

ବଜାର ଓ ଦୋକାନ ବୁଲି ତାଗିଦ୍ କଲେ ଜିଲ୍ଲାପାଳ ଓ ଏସପି

କନ୍ଧମାଳରେ କରୋନା ଲକ୍ ଡାଉନ କଡାକଡି : ଘରେ ରହିବାକୁ ଅପିଲ,ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଫୁଲବାଣୀ :ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାକୁ ନେଇ ସମଗ୍ର ବିଶ୍ବବାସୀ ଚିନ୍ତିତ। ଆମ ଦେଶରେ ଜାରି ହୋଇଥିବା ଲକ୍ ଡାଉନକୁ ଆଜି ୧୩ଦିନ ପୁରିଛି। ଆହୁରି ସପ୍ତାହେ ଧରି ଜାରି ରହିବ ଲକ୍ ଡାଉନ। କନ୍ଧମାଳରେ କରୋନା ଲକ୍ ଡାଉନ ନେଇ ୯୦ ପ୍ରତିଶତ ସଚେତନ ହେଲେଣି। ଆଶା,ଅଙ୍ଗନବାଡି କର୍ମୀଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାର ସବୁ ଗାଁ ଗହଳିରେ କରୋନା ସଚେତନତା ଚାଲିଛି। ସରକାରୀ ଅଧିକାରୀ ଓ ପୁଲିସ ମଧ୍ୟ ଲକ୍ ଡାଉନକୁ କଡାକଡି ପାଳନ କରିବାକୁ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ସଚେତନ ଲୋକମାନେ ସମାଜିକ ଦୂରତା ରକ୍ଷା କରିବା ସହ ଘରୁ କେହି ପଦାକୁ ବାହାରୁ ନାହାନ୍ତି। ହେଲେ କିଛି ଅମାନିଆ କିଛି କାମ ନଥିଲେ ବି ବାହାନା କରି ଇଆଡେ ସିଆଡେ ବୁଲାବୁଲି କରୁଛନ୍ତି। ସେମାନଙ୍କ ଉପରେ ପୁଲିସ କଡା ନଜର ରଖିଛି। ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ କରାଯିବା ସହ ପୁଲିସ ସଂପୃକ୍ତ ଅଞ୍ଚଳରେ ୨୪ ଘଣ୍ଟିଆ ପହରା ଦେଉଛି। ଗାଡି ମଟର ଯାଞ୍ଚ ସହ ବାହାର ଫେରନ୍ତାଙ୍କ ଉପରେ କଡା ନଜର ରଖୁଛି ପୁଲିସ।

ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ବଢିବାରୁ ଆଜିଠାରୁ କନ୍ଧମାଳରେ ସତର୍କତା ସ୍ୱରୂପ ଲକ୍ ଡାଉନକୁ ବଡ କଡାକଡି କରାଯାଇଛି। ଜିଲ୍ଲାପାଳ ଡା.ବୃନ୍ଦା ଡି ଓ ଏସପି ପ୍ରତୀକ ଗୀତା ସିଂ ଆଜି ଫୁଲବାଣୀର ବିଭିନ୍ନ ବଜାର ବୁଲିବା ସହ ଦୋକାନକୁ ଯାଇ ସମାଜିକ ଦୂରତା ବଜାୟ ରହୁଛି କି ନାହିଁ ତଦାରଖ କରିଥିଲେ। ଉଭୟ ଦୋକାନୀ ଓ ଖାଉଟିଙ୍କୁ ସମାଜିକ ଦୂରତା ରଖିବାକୁ କହିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସିବା ସମୟରେ ବାଇକ ନ ଆଣିବାକୁ କହିଥିଲେ। ଏଥିରେ ଆମାନ୍ୟ କଲେ ଉଭୟ ଦୋକାନୀ ଓ ଖାଉଟିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସତର୍କ କରାଇ ଦେଇଥିଲେ। ବାଇକ ସିଜ୍ ହେବା ସହ ଆରୋହୀଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯିବ ବୋଲି ଜିଲ୍ଲାପାଳ କହିଥିଲେ। କନ୍ଧମାଳରେ କରୋନା ମୁକାବିଲା ନିମନ୍ତେ ଜିଲ୍ଲାପାଳ ଓ ଏସପି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଯଦି ନିୟମକୁ କେହି ଅମାନ୍ୟ କରନ୍ତି ତାହା ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହେବୂ ବୋଲି ଏକ ପ୍ରେସ ଇସ୍ତାହାରରେ ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe