ହାଟଡିହି ବ୍ଲକରେ ଲକଡାଉନ କଟକଣା ପ୍ରଭାବହୀନ

Advertisment

ପନିପରିବା ମାର୍କେଟରେ ପ୍ରବଳ ଗହଳି ସାଙ୍ଗକୁ ବିନା ମାସ୍କରେ ବୁଲାବୁଲି କରୁଛନ୍ତି ଲୋକ

ପନିପରିବା ମାର୍କେଟରେ ପ୍ରବଳ ଗହଳି ସାଙ୍ଗକୁ ବିନା ମାସ୍କରେ ବୁଲାବୁଲି କରୁଛନ୍ତି ଲୋକ

ହାଟଡିହି ବ୍ଲକରେ ଲକଡାଉନ କଟକଣା ପ୍ରଭାବହୀନ

ହାଟଡିହି : ହାଟଡିହି ବ୍ଲକ ଅଞ୍ଚଳରେ ଲକଡାଉନ ଓ ସଟ୍‌ଡାଉନର ସେପରି କୌଣସି ପ୍ରଭାବ ପଡୁନାହିଁ । ଦୋକାନ ବଜାର ଗୁଡିକ ଖୁଲାମଖୁଲା ଖୋଲା ଯାଉଥିବାବେଳେ ପନିପରିବା ମାର୍କେଟରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଏପରିକି ୩୦ଭାଗ ଲୋକ ବିନା ମାସ୍କରେ ବୁଲାବୁଲି କରୁଛନ୍ତି । ଏସବୁ ପ୍ରତି ପୁଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସରକାରଙ୍କ ଏହି ଲକଡାଉନ କଟକଣା ଏଠାରେ ପ୍ରଭାବହୀନ ହୋଇପଡିଛ।

ବର୍ତ୍ତମାନ ସମୟରେ ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ୧୫ରୁ ୨୦ଜଣ ଲେଖାଏଁ କରୋନା ସଂକ୍ରମିତ ବାହାରୁ ଥିବାବେଳେ ଲକଡାଉନର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ ଲୋକମାନେ ଏହାକୁ ମାନୁ ନଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଇଛି । ଏପରିକି କେତେକ କରୋନା ସଂକ୍ରମିତ ସଂଗରୋଧରେ ନରହି ଖୁଲାମଖୁଲା ବୁଲାଚଲା କରୁଥିବା ଅଭିଯୋଗ ହେଉଛି।

ଗତ ଦୁଇଦିନ ତଳେ ଡଅଁର ଅଞ୍ଚଳରେ କେତେଜଣ ସଂକ୍ରମିତ ବୁଲୁଥିବାରୁ ଏନେଇ କିଛି ଗ୍ରାମବାସୀ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ୱ ଦେଇ ନଥିଲେ । ଯାହାକୁନେଇ ଏହି ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ପଶ୍ଚିମବଂଗରୁ ନିୟମିତ ପ୍ରବାସୀମାନେ ଘରକୁ ଆସୁଥିବାବେଳେ ସେମାନଙ୍କ ଉପରେ ନଜର ରଖିବାକୁ ମଧ୍ୟ କେହି ଗୁରୁତ୍ୱ ଦେଉ ନାହାନ୍ତି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାଇ ଆଜି ସୁଦ୍ଧା ଶତାଧିକ ପ୍ରବାସୀ ଘରକୁ ଫେରିଛନ୍ତି । ପ୍ରଶାସନ ପକ୍ଷରୁ ମାତ୍ର ତିନିଜଣଙ୍କୁ ସଂଗରୋଧରେ କିଛିଦିନ ରଖାଯାଇଥିଲା । ସେହିପରି ଘରକୁ ଫେରୁଥିବା ପ୍ରବାସୀଙ୍କ ନମୁନା ପରୀକ୍ଷା ପରେ ୫ରୁ ଅଧିକ ଲୋକ ସଂକ୍ରମିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ପଶ୍ଚିମବଙ୍ଗ ସଂକ୍ରମିତ ମାନେ ଅଧିକ ବିପଜ୍ଜନକ ବୋଲି ସରକାର ଘୋଷଣା କରୁଥିବାବେଳେ ସେମାନଙ୍କ ପ୍ରତି କେହି ସ୍ୱତନ୍ତ୍ର ଦୃଷ୍ଟି ଦେଉ ନାହାନ୍ତି।

ସରକାରଙ୍କ ଲକଡାଉନ ସଟଡାଉନ ନିୟମକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ପ୍ରଶାସନିକ ଅଧିକାରୀମାନଙ୍କର ହୋଇଥିବାବେଳେ ଏଠାକାର ପ୍ରଶାସନିକ ଅଧିକାରୀ ଏପରି ଏକ ଘଡିସନ୍ଦି ମୁହୁର୍ତ୍ତରେ ଅଞ୍ଚଳକୁ ନଆସି ନିଜ ନିଜ କାମରେ ବ୍ୟସ୍ତ ରହୁଥିବାରୁ ଲକଡାଉନ ସଟଡାଉନ ଆଦେଶକୁ କାର୍ଯ୍ୟକାରୀ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହପରି ନନ୍ଦିପଦା ଥାନାରେ ଅଧିକ ସଂଖ୍ୟକ କର୍ମଚାରୀ ଓ ଗାଡି ନଥିବାରୁ ସବୁ ଅଞ୍ଚଳକୁ ଯାଇ ତନଖି କରିବା ସମ୍ଭବପର ହେଉନାହିଁ ବୋଲି ଥାନା ପକ୍ଷରୁ କୁହାଯାଉଛି । ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe