ଲକ୍‌ଡାଉନ୍ ଖବର କେବଳ ଗୁଜବ- ଜିଲ୍ଲାପାଳ

Advertisment
ଲକ୍‌ଡାଉନ୍ ଖବର କେବଳ ଗୁଜବ- ଜିଲ୍ଲାପାଳ

thenewsroom.co.in

ବ୍ରହ୍ମପୁର : ଦେଶରେ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ପୁଣି କରୋନାର ପାର୍ଦୁଭାବ ଦେଖାଦେବା ପରେ କଟକଣାକୁ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ‌ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କଟକଣା କଡ଼ାକଡ଼ି କରିବା ଲାଗି ଗତକାଲି ନିର୍ଦ୍ଦେଶନାମା ଜାରି ହୋଇଛି।  ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା ପରେ ଲୋକଙ୍କ ମଧ୍ୟରେ ପୁଣି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ହେବାର ଭୟ ଘାରିଛି। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଲକ୍‌ଡାଉନ୍‌ ଖବର ଏକ ଗୁଜବ ବୋଲି  ଜିଲ୍ଲାପାଳ ବିଜୟ ଅମୃତାକୁଲାଙ୍ଗେ ଟ୍ବିଟ୍‌ କରି କହିଛନ୍ତି।
କ‌ୋଭିଡ଼୍‌ ସଂକ୍ରମଣ ଠାରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ପାଳନ କରିବା ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଯଦି କାହା ଠାରେ କରୋନାର ଲକ୍ଷଣ ଦେଖାଦିଏ ତେବେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଛନ୍ତି। ଲକ୍ଷଣ ନ ଲୁଚାଇବାକୁ ଅନୁରୋଧ କରିଛନ୍ତି। କୋଭିଡ଼୍‌କୁ ନେଇ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ । ସର୍ତକତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ଗଞ୍ଜାମ ଜିଲ୍ଲାରୁ ଗୋଟିଏ କୋଭିଡ଼୍‌ ପଜିଟିଭ୍‌ ଚିହ୍ନଟ ହୋଇନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe