ଘୁଞ୍ଚିଲା ମହାପ୍ରଭୁଙ୍କ ଦର୍ଶନ ବନ୍ଦ କଟକଣା: ଏପ୍ରିଲ ୧୪ ଯାଏଁ ବଳବତ୍ତର ରହିବ

Advertisment
ଶ୍ରୀମନ୍ଦିର ତିନି ଦ୍ୱାରରେ ଲାଗିବ ରୁପା ଚାଦର

ପୁରୀ : 'କରୋନା' ଭୟାବହତାକୁ ଆଖି ଆଗରେ ରଖି ମହାପ୍ରଭୁଙ୍କ ଦର୍ଶନ କଟକଣାକୁ ଆହୁରି ୧୫ ଦିନ ବଢ଼ାଇ ଦିଆଯାଇଛି। ଏପ୍ରିଲ ୧୪ ପର୍ଯ୍ୟନ୍ତ କୌଣସି ଭକ୍ତ ଶ୍ରୀମନ୍ଦିରକୁ ଯାଇ ପାରିବେନି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ପୂର୍ବ ଆଦେଶ ବଳବତ୍ତର ରହିଥିବା ବେଳେ କେବଳ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କଟକଣା ମାର୍ଚ ୩୧ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା। ଏହି ସମୟ ଭିତରେ କୌଣସି ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେନି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁଯାୟୀ ଶ୍ରୀମନ୍ଦିର ନୀତିକାନ୍ତିକୁ ବାଦ୍‌ ଦେଲେ ଦର୍ଶନ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ ରଖାଯାଇଛି। ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯାଇଛି। ଗତକାଲି ଠାରୁ ଏହି ଅବଧି ପୂରିଥିବା ବେଳେ ଆଜି ଏହି ଅବଧିକୁ ବଢ଼ାଇ ଦିଆଯାଇ ଥିବା ପ୍ରଶାସନ ଗଣମାଧ୍ୟମକୁ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe