ଲକ୍‌ଡାଉନ୍ ଆରମ୍ଭ, ରାଜଧାନୀ ରାସ୍ତା ଶୂନ୍‌ଶାନ୍‌

Advertisment
ଲକ୍‌ଡାଉନ୍ ଆରମ୍ଭ, ରାଜଧାନୀ ରାସ୍ତା ଶୂନ୍‌ଶାନ୍‌

ଭୁବନେଶ୍ବର : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବୁଧବାର ଠାରୁ ସାରା ରାଜ୍ୟରେ ଲକ୍‌ଡାଉନ୍ ଆରମ୍ଭ ହୋଇଛି। ଏହା ୧୯ ତାରିଖ ଯାଏ ବଳବତ୍ତର ରହିବ। ପୂର୍ବ ଘୋଷଣା ଅନୁଯାୟୀ ଆଜି ସକାଳେ ୬ ଘଣ୍ଟା କିଛି ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଥିଲା। ତାହା ବାଦ୍ ଦିନତମାମ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଶୂନ୍‌ଶାନ୍ ରହିଥିଲା।

ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହେବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଶ କରାଯାଇଥିଲା। ସକାଳ ୬ଟାରୁ ୧୨ ଯାଏ ରାସ୍ତାକଡ଼ ଖାଦ୍ୟ ଦୋକାନ, ଗୋଟିକିଆ ପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିଥିଲା। ତେବେ ସବୁ ଦୈନିକ ଓ ସାପ୍ତାହିକ ହାଟ ବନ୍ଦ କରିଦିଆଯାଇଥିଲା। ବ୍ୟାଙ୍କ ଓ ଏଟିଏମ୍‌ ସେବା ଯଥାରୀତି ଚାଲିଥିଲା। ସ୍ବାସ୍ଥ୍ୟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇ ନ ଥିଲା। ପେଟ୍ରୋଲ ପମ୍ପ ସ୍ବାଭାବିକ ଭାବେ ଚାଲୁ ରହିଥିଲା। ସମସ୍ତ ଅଞ୍ଚଳରେ ଔଷଧ ଦୋକାନ ଉପରେ କୌଣସି କଟକଣା ଲାଗୁ କରାଯାଇ ନ ଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କିଛି କାର୍ଯ୍ୟାଳୟ ଖୋଲା ରହିଥିଲା। ବିଶେଷ କରି ଜରୁରୀକାଳୀନ ସେବା ଯୋଗାଉଥିବା କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ ଚାଲିଥିଲା।

publive-image

ଲକ୍‌ଡାଉନ୍ ସମୟରେ ଲୋକଙ୍କ ବେଧଡ଼କ ଯାତାୟାତକୁ ରୋକିବା ପାଇଁ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ପୁଲିସ୍‌ ପକ୍ଷରୁ ମୁଖ୍ୟ ରାସ୍ତାଗୁଡ଼ିକରେ ବ୍ୟାରିକେଡ୍‌ ଲଗାଯାଇଛି। ଦିନସାରା ସବୁ ମୁଖ୍ୟ ରାସ୍ତାଘାଟରେ କଡ଼ାକଡ଼ି ଭାବେ ଯାଞ୍ଚ୍ କରାଯାଇଥିଲା। ବିଭିନ୍ନ ସକାଳେ ଚାଲି ଚାଲି ଘର ପାଖ ଦୋକାନକୁ ଯିବା ପାଇଁ ଅନୁମତି ଥିଲେ ମଧ୍ୟ ବହୁ ଲୋକ ଗାଡ଼ି ଧରି ଚକ୍କର କାଟିଥିଲେ। ଫଳରେ ପୁଲିସ୍‌ ସେମାନଙ୍କୁ ଅଟକାଇ ଫାଇନ୍ ସଂଗ୍ରହ କରାଯାଇଥିଲା। ଯେହେତୁ ଲକ୍‌ଡାଉନ୍ ସମୟରେ କିଛି ସେବାକୁ ଅନୁମତି ଦିଆଯାଇଛି, ତେଣୁ ସେହି ଲୋକମାନେ ଯାତାୟତ କଲା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇ ହଇରାଣ କରୁଥିବାର ଅଭିଯୋଗ ଆସିଥିଲା। ଏହାକୁ ନେଇ କିଛି ସ୍ଥାନରେ ପୁଲିସ୍‌ ସହ ଲୋକଙ୍କ ଯୁକ୍ତିତର୍କ ହୋଇଥିଲା। ସେହିପରି ଟିକା ଓ ଟେଷ୍ଟିଂ ପାଇଁ ଯାଉଥିବା ଲୋକମାନେ ମଧ୍ୟ କିଛି ସ୍ଥାନରେ ଅସୁବିଧା ଭୋଗିଥିଲେ। ତେବେ କୌଣସି ସ୍ଥାନରେ ବଡ଼ ଧରଣର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ଆସନ୍ତା ଶନିବାର ଓ ରବିବାର ଦିନ ପୂର୍ବ ପରି ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ। ଆଜି ଲକ୍‌ଡାଉନ୍ ସତ୍ତ୍ବେ ଟିକା ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe