ଲକ୍‌ଡାଉନରେ ଘରେ ରହୁଛନ୍ତି: ଜାଣନ୍ତୁ କ’ଣ କରିବେ; କ’ଣ ନ କରିବେ? ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଲକ୍‌ଡାଉନରେ ଘରେ ରହୁଛନ୍ତି: ଜାଣନ୍ତୁ କ’ଣ କରିବେ; କ’ଣ ନ କରିବେ? ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌- ୧୯ର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ସମଗ୍ର ଦେଶରେ ଆଉ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପରିସ୍ଥିତିରେ ପ୍ରାୟ ସମସ୍ତେ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ନିଜ ଘରେ ହିଁ ଅବସ୍ଥାନ କରୁଛନ୍ତି। ତେବେ, ଲକ୍‌ଡାଉନ କାଳରେ କିପରି ନିଜ ଘରେ ରହିବେ ସେ ନେଇ ଆଜି ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆସନ୍ତୁ ଜାଣିବା କ’ଣ କହୁଛି ମାର୍ଗଦର୍ଶିକା...

୧) ଲକ୍‌ଡାଉନ୍‌ ସମୟରେ ଘର ଭିତରେ ହିଁ ରୁହନ୍ତୁ।
୨) ଘର ଭିତରେ ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇ ନିଜକୁ ଚଳଚଞ୍ଚଳ ରଖନ୍ତୁ।
୩) ହାତକୁ ବାରମ୍ବାର ସାବୁନରେ ଧୋଇବା ସହ ସାନିଟାଇଜରରେ ସଫା କରନ୍ତୁ।
୪) ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ବନ୍ଧୁମାନଙ୍କ ସହ ଯୋଗାଯୋଗ ରକ୍ଷା କରନ୍ତୁ।
୫) ମିଥ୍ୟା ଖବର ଠାରୁ ନିଜକୁ ଦୂରେଇ ରଖନ୍ତୁ।

ସେହିପରି ଏବେ ଲକ୍‌ଡାଉନ୍‌ ସମୟରେ ବହୁ ଲୋକ ଘରେ ରହି ଅଫିସ କାମ ବା ଓ୍ଵାର୍କ ଫ୍ରମ୍‌ ହୋମ କରୁଛନ୍ତି। ଏପରି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ବିଶେଷମାନଙ୍କ ପାଇଁ ଆଜି ଅନ୍ୟ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାରି ମାର୍ଗଦର୍ଶିକାରେ କୁହାଯାଇଛି:

୧) ସୋଫା କିମ୍ବା ଖଟ ଉପରେ ଲାପ୍‌ଟପ୍‌ ରଖି କାର୍ଯ୍ୟ କରନ୍ତୁ ନାହିଁ। ଏଥିପାଇଁ ଟେବୁଲ ଚେୟାରର ବ୍ୟବହାର କରନ୍ତୁ।
୨) ପିଠିପଟ ଯେପରି ଚେୟାରକୁ ଲାଗି ରହୁଥିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।
୩) ଏକାଦିକ୍ରମେ ଘଣ୍ଟା ଘଣ୍ଟା ଧରି ବସିରହି କାର୍ଯ୍ୟ କରନ୍ତୁ ନାହିଁ। ପ୍ରତି ୪୦ ମିନିଟ ଅନ୍ତରରେ ଚେୟାରରୁ ଉଠି ଘର ଭିତରେ ଟିକେ ଚଲାବୁଲା କରନ୍ତୁ।
୪) ପ୍ରତିଦିନ ଅତିକମରେ ୩୦ ମିନିଟ ପାଇଁ ଚାଲନ୍ତୁ।
୫) ଏକାଦିକ୍ରମେ ଦୀର୍ଘ ସମୟ ପାଇଁ କମ୍ପ୍ୟୁଟର ସ୍କ୍ରନ୍‌କୁ ଚାହାନ୍ତୁ ନାହିଁ। ମଝିରେ ମଝିରେ ଆଖିକୁ ବିଶ୍ରାମ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe