ଲକ୍‌ଡାଉନ ଉଲ୍ଲଂଘନ: ୨୪ ଘଣ୍ଟାରେ ୧୪୭ ମାମଲା

Advertisment
ରାଜ୍ୟ ପୁଲିସକୁ ଟିକା ସୁରକ୍ଷା: ଦ୍ବିତୀୟ ଲହରରେ ୪୦୦ ସଂକ୍ରମିତ; ୪ ମୃତ

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନର ପ୍ରଥମ ଦିନ ତଥା ପ୍ରଥମ ପର୍ଯ୍ୟାୟର ୨୨ ଦିନରେ ପହଞ୍ଚିଛି ଲକ୍‌ଡାଉନ। ଲକ୍‌ଡାଉନ ଆଇନ ଉଲ୍ଲଂଘନ ଅଭିଯୋଗରେ ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ୧୪ ତାରିଖ ସକାଳୁ ୧୫ ତାରିଖ ସକାଳ ଅର୍ଥାତ୍‌ ୨୪ ଘଣ୍ଟା ଭିତରେ ୧୪୭ଟି ମାମଲା ରୁଜୁ ହୋଇଛି। ସେଥିରୁ ଲକ୍‌ଡାଉନ ସଂକ୍ରାନ୍ତୀୟ ୧୩୧ ମାମଲା ରୁଜୁ ହୋଇଥିବା ବେଳେ ଗୃହ ସଂଗରୋଧ ଆଇନ ଭାଙ୍ଗିବା ଅଭିଯୋଗରେ ୩ ଓ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ୩ଟି ମାମଲା ରୁଜୁ କରିଛି ପୁଲିସ। ଅନ୍ୟାନ୍ୟ ଘଟଣାରେ ୧୦ଟି ମାମଲା ରୁଜୁ ହୋଇଛି। ଗତ କିଛି ଦିନ ହେଲା ମାମଲା ସଂଖ୍ୟା କମୁଛି। କିନ୍ତୁ ପୁଲିସ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe