ଆଡ଼କଟା ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା

Advertisment
ଆଡ଼କଟା ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା

ଘଟଗାଁ: ଘଟଗାଁ ବ୍ଲକ୍‌ ପଟିଲୋ ପଞ୍ଚାୟତ ଆଡ଼କଟା ଅଙ୍ଗନବାଡ଼ି କେନ୍ଦ୍ରରେ ଦୁଇଦିନ ହେଲା ତାଲା ଝୁଲୁଛି। ଅଭିଭାବକ ଏବଂ ୱାର୍ଡମେମ୍ବର କେନ୍ଦ୍ରରେ ତାଲା ପକାଇ ଅଙ୍ଗନବାଡ଼ିକୁ ନିୟମିୟତ ଆସୁନଥିବା ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି। ଅଭିଭାବକଙ୍କ ଅଭିଯୋଗ ହେଲା, ଏହି ଅଙ୍ଗନବାଡ଼ି କେନ୍ଦ୍ରର ଦମୟନ୍ତୀ ମୁଣ୍ତା ସେପ୍ଟେମ୍ବର ମାସରୁ ବିନା ଛୁଟି ଦରଖାସ୍ତରେ କାହାରିକୁ କିଛି ନ କହି କୁଆଡ଼େ ଚାଲି ଯାଇଥିଲେ। ଫଳରେ ସେପ୍ଟେମ୍ବର ମାସ ସାରା ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା।

ଶେଷରେ ଅକ୍ଟୋବର ମାସରେ ପଡ଼ୋଶୀ ସାନଜିଉଳି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଯଶୋଦା ନାଏକଙ୍କୁ ଏହାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ଆଡ଼କଟା ଅଙ୍ଗନବାଡ଼ି କର୍ମୀ ଦମୟନ୍ତୀ ମୁଣ୍ତା ହଠାତ୍‌  ୫ ତାରିଖରେ କାର୍ଯ୍ୟରେ ଯୋଗଦେବା ପାଇଁ ପହଞ୍ଚିଥିଲେ। ଏଥିପାଇଁ ପୂର୍ବରୁ ସେ ଘଟଗାଁ ସିଡିପିଓ ଏବଂ ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ସାକ୍ଷାତ କରି ଅନୁମତି ନେଇଥିଲେ। ବୁଧବାର ସେ ଅଙ୍ଗନବାଧି କେନ୍ଦ୍ରରେ ଉପସ୍ଥିତ ଥିବାବେଳେ ଅଭିଭାବକ ଓ ଗ୍ରାମବାସୀ ଏକାଠି ହୋଇ ଗ୍ରାମରେ ବୈଠକ କରିଥିଲେ। ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଅନ୍ୟତ୍ର ବଦଳି କିମ୍ବା ଚାକିରିରୁ ବାହାର କରିବାପାଇଁ ଦାବି କରିଥିଲେ। ଗତକାଲି ଲୋକେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଖବର ପାଇ ସିଡିପିଓ ତିନିଜଣ ସୁପରଭାଇଜରଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ସେମାନେ ବୁଝାସୁଝା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଆଜି ମଧ୍ୟ ଅଙ୍ଗନବା‌ଡ଼ି କେନ୍ଦ୍ରରେ ତାଲା ପଡ଼ିଥିବା ବେଳେ ୧୦ଜଣ ଶିଶୁ ଆସିଥିଲେ। ସେମାନେ କେନ୍ଦ୍ର ବାହାରେ ଠିଆ ହୋଇ ଫେରିଆସିଥିଲେ। ପ୍ରଶାସନ ଏହି ମାମଲା‌ରେ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe