ଶିକ୍ଷକ ନଆସିବାରୁ ସ୍କୁଲରେ ତାଲା, ଘରକୁ ଫେରିଲେ ଛାତ୍ରଛାତ୍ରୀ

Advertisment

ମହାଲିଙ୍ଗ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା

ମହାଲିଙ୍ଗ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା

ହାଇକୋର୍ଟରେ ସ୍କୁଲ ମିଶ୍ରଣ ପ୍ରସଂଗ: ପୂର୍ବ ରାୟ ଉପରେ ଅନ୍ତରୀଣ ରହିତାଦେଶ ବଳବତ୍ତର

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ମହାଲିଙ୍ଗ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଶିକ୍ଷକ ନଆସିବାରୁ ବିଦ୍ୟାଳୟରେ ତାଲା ପଡ଼ିଥିବା ବେଳେ ଏହା ଦେଖି ଛାତ୍ରଛାତ୍ରୀ ଘରକୁ ଫେରି ଯାଇଛନ୍ତି।

publive-image

ସୂଚନାମତେ, ସବୁଦିନ ପରି ଗୁରୁବାର ଛାତ୍ରଛାତ୍ରୀମାନେ ସକାଳ ୯.୩୦ରୁ ବିଦ୍ୟାଳୟକୁ ଆସିଥିଲେ। ଦିନ ୧୦ଟାରେ ପ୍ରାର୍ଥନା ହେବା ପରେ ପାଠପଢ଼ା ଆରମ୍ଭ ହୋଇଥାଏ। ତେବେ ଛାତ୍ରଛାତ୍ରୀ ୯.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଦୀର୍ଘ ଗୋଟିଏ ଘଣ୍ଟା ବିଦ୍ୟାଳୟ ଗେଟ୍‌ ବାହାରେ ଅପେକ୍ଷା କରିଥିଲେ। ଏହି ସମୟ ମଧ୍ୟରେ ବିଦ୍ୟାଳୟକୁ ଜଣେ ହେଲେ ଶିକ୍ଷକ ନଆସିବାରୁ ପରେ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଫେରି ଯାଇଥିଲେ। ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷରେ ଛାତ୍ରଛାତ୍ରୀ ଘରକୁ ଫେରିଯିବା ପରେ ଜଣେ ଶିକ୍ଷକ ବିଦ୍ୟାଳୟକୁ ଆସୁଥିବା ଦେଖି ତାଙ୍କୁ ଅଟକାଇ କିଛି ଅଭିଭାବକ ଡେରି ହେବାର କାରଣ ପଚାରିବାରୁ ଶିକ୍ଷକ ଜଣକ ଏହି ଘଟଣାକୁ ଅତି ହାଲୁକା ଭାବେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

publive-image

ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟରେ ଛଅ ଜଣ ଶିକ୍ଷକ ଥିବା ବେଳେ ପାଞ୍ଚ ଜଣ ଶିକ୍ଷକ ଉକ୍ତ ମହାଲିଙ୍ଗ ଗ୍ରାମର। ଜଣେ ଶିକ୍ଷକ ୩ କିମି ଦୂରରୁ ଆସିଥାନ୍ତି। ତେବେ ଏହି ସ୍କୁଲରେ ନିୟମିତ ଏଭଳି ଘଟଣା ହେଉଥିବା ବେଳେ ସମୟ ପୂର୍ବରୁ ମଧ୍ୟ ଛୁଟି ହୋଇଯାଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ଆଜିର ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ନବ କିଶୋର ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ତଥା ଜିଲ୍ଲାପାଳ ନିଜେ ଘଟଣାରେ ମୁଣ୍ଡ ପୂରାଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକ ମହଲ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe