ଓଡ଼ିଶାକୁ ପଙ୍ଗପାଳ ଆସିବା ସମ୍ଭାବନା କମ୍‌

Advertisment

ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି: କୃଷି ନିର୍ଦ୍ଦେଶକ

ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି: କୃଷି ନିର୍ଦ୍ଦେଶକ

ଜୁନ୍‌ରେ ଓଡ଼ିଶା ଆସିପାରନ୍ତି ପଙ୍ଗପାଳ, ସତର୍କ କରାଇଲେ କେନ୍ଦ୍ର ସରକାର

PRI.org

ଭୁବନେଶ୍ବର : ଓଡ଼ିଶାକୁ ପଙ୍ଗପାଳ ଆସିବା ସମ୍ଭବନା କମ୍‌। ମୌସୁମି ଓ ପବନର ଦିଗ ଉପରେ ପଙ୍ଗପାଳଙ୍କ ଆସିବା ନ ଆସିବା ନିର୍ଭର କରୁଛି। ତେବେ ପଙ୍ଗପାଳ ଆସିଲେ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ରାଜ୍ୟ କୃଷି ନିର୍ଦ୍ଦେଶକ।

ଓଡ଼ିଶାର ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ପଙ୍ଗପାଳ ପଶିଆସିବା ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିବା ପରେ ଆଜି ଏ ନେଇ ଆଜି କୃଷି ଭବନରେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ କୃଷି ନିର୍ଦ୍ଦେଶକ ମୁଥୁ କୁମାର କହିଛନ୍ତି, ଓଡ଼ିଶାକୁ ପଙ୍ଗପାଳ ଆସିବା ସମ୍ଭାବନା କମ୍‌। ତଥାପି ବ୍ଲକ୍‌ ସ୍ତରରେ ଅଫିସରମାନଙ୍କୁ ମନିଟରିଂ କରି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ଅଞ୍ଚଳକୁ ଏହି କୀଟମାନ ଆସିଲେ ସେ ନେଇ ସର୍ଭେ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜିଲ୍ଲାସ୍ତରରେ ଏକ ମନିଟରିଂ କମିଟି ଗଠନ କରାଯାଇଛି। ବିଶେଷଜ୍ଞଙ୍କଠାରୁ ଆବଶ୍ୟକ ବୈଷୟିକ ଜ୍ଞାନ ମଧ୍ୟ ସରକାର ନେଇଛନ୍ତି। ସରକାରଙ୍କ ତରଫରୁ ସବୁ ପ୍ରସ୍ତୁତି କରାଯାଇଛି। କୃଷକମାନଙ୍କୁ ନେଇ ଏକ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ କରାଯାଇଛି ଯେଉଁଥିରେ ସରକାରଙ୍କ ପକ୍ଷରୁ ତ୍ବରିତ୍‌ ସୂଚନା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଥିବା ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe