Khaleej Times
ଝାରସୁଗୁଡ଼ା : ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତଥା ପ୍ରଶାସନ ସଂପୂର୍ଣ୍ଣ ବ୍ୟସ୍ତ ଥିବା ବେଳେ ଏବେ ପଙ୍ଗପାଳ ଆଉ ଏକ ବିପର୍ଯ୍ୟୟ ଘଟାଇବାକୁ ମାଡ଼ି ଆସୁଥିବା ଖବର ମିଳିଛି। ଏହି ପଙ୍ଗପାଳ ଦଳ ନିମିଷକ ମଧ୍ୟରେ ହଜାର ହଜାର ଏକର ଫସଲ ସହିତ ଜଙ୍ଗଲରେ ଥିବା ଗଛପତ୍ରକୁ ଖାଇ ଯାଇଥାନ୍ତି। ଏବେ ଏହି ପଙ୍ଗପାଳ ଦଳ ଛତିଶଗଡ଼ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବାରୁ ଏମାନେ ଓଡ଼ିଶା ମଧ୍ୟରେ ପ୍ରବେଶ କରିବାକୁ ଆଉ ବେଶୀ ସମୟ ନୁହେଁ ବୋଲି ବହୁ କୃଷିବିତ ମତ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଏଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଥିବା କୁହାଯାଇଛି।
Al Jazeeraଝାରସୁଗୁଡ଼ା ଜିଲ୍ଲାକୁ ଲାଗି ଛତିଶଗଡ଼ ସୀମା ଲାଗି ରହିଥିବାରୁ ଏହି ପଙ୍ଗପାଳ ଦଳ ଛିତିଶଗଡ଼ ସୀମାଦେଇ ହୁଏତ ଝାରସୁଗୁଡ଼ା ଜିଲ୍ଲାକୁ ପ୍ରବେଶ କରି ପାରନ୍ତି ସେଥିପାଇଁ ଝାରସୁଗୁଡ଼ା ପ୍ରଶାସନ ପକ୍ଷରୁ ସୀମାନ୍ତ ଲଖନପୁର ବ୍ଲକ ଅଞ୍ଚଳକୁ ଫୋକସ୍ରେ ରଖାଯାଇଛି। ଯଦି ପଙ୍ଗପାଳ ଦଳ ଏହି ସୀମା ଦେଇ ଆସନ୍ତି ତେବେ କଣ ପ୍ରକିକାର ବ୍ୟବସ୍ଥା କରାଯିବ ସେ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଏଥିପାଇଁ ପ୍ରକାଶ ପାଇଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ଗ୍ରାମପଞ୍ଚାୟତ ସ୍ତରରେ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଉଛି। ଜିଲ୍ଲାର ଲଖନପୁର ବ୍ଲକ ଛତିଶଗଡ଼ ସୀମାକୁ ଲାଗି ରହିଛି। ଏହି ବ୍ଲକରେ ଏବେ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଅନେକ ଜମିରେ ଏବେ ପରିବା ଚାଷ କରାଯାଇଛି। ହୀରାକୁଦ ଜଳଭଣ୍ଡାର ପଛୁଆ ଜଳ କମିଯିବା ପରେ ନଦୀ ପଠାରେ ବହୁ ଚାଷୀ ବ୍ୟାପକ ପନିପରିବା ଚାଷ କରିଥାନ୍ତି। ଚଳିତ ବର୍ଷ ଯେଉଁ ସମୟରେ ଏହି ପନିପରିବା ବିକ୍ରୟ କରି ଦୁଇ ପଇସା ରୋଜଗାର କରିଥାନ୍ତେ ସେହି ସମୟରେ ଲକ୍ଡାଉନ୍ ଘୋଷଣା ହୋଇଥିବାରୁ ଚାଷୀ ଏଥର ତାର ଫସଲ ଉପଯୁକ୍ତ ଦରରେ ବିକ୍ରୟ କରି ନପାରି କ୍ଷତିଗ୍ରସ୍ତ ହୋଇଛି। ଏବେ ଯାହା କିଛି ଫସଲ ଅମଳ ହେବାକୁ ଅଛି ବା ଜମିରେ ଧାନ ଚାଷ ଆରମ୍ଭ କରିବାକୁ ଯାଉଛି ତାକୁ କିଭଳି ପଙ୍ଗପାଳ ଦଳରୁ ରକ୍ଷା କରିବ ସେ ନେଇ ବ୍ଲକର ଚାଷୀ ମାନେ ଚିନ୍ତିତ ହୋଇ ପଡ଼ିତିବା ଦେଖାଯାଇଛି।
Dawnଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୃଷି ବିଭାଗ କି କି ପଦକ୍ଷେପ ନେଇଛି ଜାଣିବା ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲକ୍ଷ୍ମୀନାରାୟଣ ଶତପଥୀଙ୍କୁ ସାକ୍ଷାତ କରାଯିବାରୁ ସେ କହିଥିଲେ ଯେ, ଝାରସୁଗୁଡ଼ା ଜିଲ୍ଲାକୁ ପଙ୍ଗପାଳ ଆସି ନାହାନ୍ତି। ଏହି ସମୟରେ କିଛି ଝିଣ୍ଟିକା ବିଭିନ୍ନ ସ୍ଥାନରେ ଘୁରି ବୁଲୁଥିବା ଦେଖି ଲୋକ ଏହାକୁ ପଙ୍ଗପାଳ ଭାବି ଆତଙ୍କିତ ହୋଇ ପଡ଼ିଥିଲେ। ସେମାନଙ୍କୁ ବୁଝାଇ ଦିଆଯାଇଛି ଯେ, ପଙ୍ଗପାଳ ଗୋଟିଏ ଦୁଇଟି ହୋଇ ବୁଲନ୍ତି ନାହିଁ, ଏମାନେ ଆସିଲେ ଦଳ ଦଳ ହୋଇ ଏକାସାଙ୍ଗରେ ଆସନ୍ତି। ତେଣୁ ଜିଲ୍ଲାର ସମସ୍ତ ଚାଷୀଙ୍କୁ ଓଡ଼ିଆରେ ପ୍ରକାଶିତ ସରକାରଙ୍କ ମାର୍ଗଦର୍ଶିକା ପଞ୍ଚାୟତ ସ୍ତରରେ ଥିବା ଭିଏଡବ୍ଲୁଙ୍କ ହ୍ବାଟସଅପ୍ ଗ୍ରୁପ୍ ମାଧ୍ୟମରେ ଦିଆଯାଇଛି। ସେମାନେ ପଙ୍ଗପାଳ ଆସିଲେ କଣ ପଦକ୍ଷେପ ନେବାକୁ ହେବ ସେ ନେଇ ସଚେତନ କରୁଛନ୍ତି। ଜିଲ୍ଲା ଓ ବ୍ଲକ ସ୍ତରରେ ଏକ ମନିଟରିଂ କମିଟି ଗଠନ କରାଯାଇଛି। ଏଥିପାଇଁ ବାରମ୍ବାର ବୈଠକ ବସୁଛି। ଭିଡିଡ଼ କନ୍ଫରେନ୍ସ ମାଧ୍ୟମରେ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରାଯାଉଛି।
Republic Worldପଙ୍ଗପାଳ ମାନେ ଦଳବଦ୍ଧ ହୋଇ ଘଣ୍ଟାପ୍ରତି ୧୫/୧୬ କିମି ବେଗରେ ଉଡ଼ିପାରନ୍ତି। ଏମାନେ ଦୈନିକ ୧୫୦ କିମି ରାସ୍ତା ଅତିକ୍ରମ କରୁଥିବାରୁ କେତେବେଳେ ବି ଜିଲ୍ଲାକୁ ପ୍ରବେଶ କରି ପାରନ୍ତି। ଏମାନେ ଯେ, କେବଳ ଫସଲ ଖାଆନ୍ତି ତାହା ନୁହେଁ ବାଟରେ ପଡ଼ୁଥିବା ଜଙ୍ଗଲର ଡାଳପତ୍ର ଖାଇ ମଧ୍ୟ ସଫା କରି ଦିଅନ୍ତି। ତେଣୁ ପଙ୍ଗପାଳର ପ୍ରତିକାର ପାଇଁ ଜଙ୍ଗଲ ବିଭାଗ ମଧ୍ୟ ଉଦ୍ୟମ ଆରମ୍ଭ କରିଛି। କୃଷି ବିଭାଗ ଏମାନେ କିପରି ନଆସିବେ ସେଥି ପାଇଁ ସତର୍କ ରହିଥିବା ବେଳେ ଯଦି ଆସି ଯାଆନ୍ତି ତାକୁ କିଭଳି ମୁକାବିଲା କରାଯିବ ସେ ନେଇ ସଜାଗ ରହିଛି। ଏମାନଙ୍କୁ ଘଉଡ଼ାଇବା ପାଇଁ ଟିଣ ବାଡ଼େଇବା, ଫସଲରେ ନିମ ୩୦୦ ପିପିଏମ୍ ସ୍ପ୍ରେ କରିବା, ଡାଳରେ ବସିଥିବା ବେଳେ ତଳେ ଏକ ପଲିଥିନ୍ ବିଛାଇ ଡାଳକୁ ଏକ କଣ୍ଟା ଡାଳରେ ବାଡ଼େଇ ଦେଲେ ଏମାନେ ତଳେ ପଡ଼ି ଯାଆନ୍ତି। ତଳେ ପଡ଼ିଗଲେ ତାଙ୍କୁ ନେଇ କିରୋସିନ ପାଣିରେ ପକାଇ ଦେଲେ ସେମାନେ ମରି ଯାଆନ୍ତି । ଏ ସଂପର୍କରେ ଚାଷୀ ମାନଙ୍କୁ ଅବଗତ କରାଯାଉଛି। ସବୁ ବ୍ଲକରେ ଏବେ ଯଥେଷ୍ଟ ସଂଖ୍ୟାରେ ସ୍ପ୍ରେ ମେସିନ ରହିଛି। ଡିଲର ମାନଙ୍କୁ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଲଖନପୁର ବ୍ଲକରେ ଥିବା କୃଷି ବିଭାଗ କର୍ମଚାରୀ ମାନଙ୍କୁ ସଜାଗ ରହିବାକୁ କୁହାଯାଇଛି।
Follow Us