ଲୋକ ଅଦାଲତ: ରାଜ୍ୟରେ ୧୧ ହଜାର ୮୩୫ଟି ମାମଲା ଫୈସଲା

Advertisment

ଜରିମାନା ଓ କ୍ଷତିପୂରଣ ବାବଦରେ ୭୭ କୋଟି ୯୨ ଲକ୍ଷ ଟଙ୍କା ଆଦାୟ

ଜରିମାନା ଓ କ୍ଷତିପୂରଣ ବାବଦରେ ୭୭ କୋଟି ୯୨ ଲକ୍ଷ ଟଙ୍କା ଆଦାୟ

ଜିଲ୍ଲାସ୍ତରୀୟ ଲୋକ ଅଦାଲତ: ସାରା ରାଜ୍ୟରେ ୧ ଲକ୍ଷ ୯ ହଜାର ୭୭୧ ମାମଲା ଫଏସଲା

Law Web

କଟକ : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧୢକ୍ଷ ଜଷ୍ଟିସ ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୧୧ ହଜାର ୮୩୫ଟି ମାମଲାର ଆପୋସ ବୁଝାମଣା ଜରିଆରେ ଫୈସଲା ହୋଇଛି। ଜରିମାନା ଓ କ୍ଷତିପୂରଣ ବାବଦରେ ୭୭ କୋଟି ୯୨ ଲକ୍ଷ ୪୬ ହଜାର ୭୭୪ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ୍‌-ମୋକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମାମଲାର ସମାଧାନ କରାଯାଇଛି। ଫୈସଲା ହୋଇଥିବା ମାମଲା ଗୁଡିକ ମଧ୍ୟରୁ ୩୮୯ ଫୌଜଦାରୀ, ୮୯୩ ଚେକ୍ ବାଉନ୍ସ, ୩୧୭୧ଟି ବ୍ୟାଙ୍କ ଋଣ, ୬୩୬ଟି ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ୩ଟି ଶ୍ରମ ଓ ନିୟୋଜନ ବିବାଦ, ୫୪ଟି ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ପଇଠ ସଂପର୍କିତ, ୬୦୪ଟି ପାରିବାରିକ ଓ ବୈବାହିକ ବିବାଦ, ୨୮ଟି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ, ୧୫ଟି ଚାକିରି ସଂକ୍ରାନ୍ତୀୟ, ୧୫୦୮ଟି ଦେୱାନୀ ଓ ୪୫୩୪ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ଅନ୍ତର୍ଭୁକ୍ତ। ପ୍ରାକ୍‌ ମୋକଦ୍ଦମାସ୍ତରୀୟ ୭୭ ହଜାର ୧୦୪ଟି ମାମଲା ମଧୢରୁ ୨ ହଜାର ୭୧୯ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା। ସେହିଭଳି ୩୩ ହଜାର ୭୫୬ଟି ବିଚାରାଧୀନ ମାମଲା ମଧୢରୁ ୯ ହଜାର ୧୧୬ଟି ମାମଲା ଆପୋସ ବୁଝାମଣାରେ ଫୈସଲା କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ଓ ତାଲୁକାସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସରରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe