ହାଇକୋର୍ଟରେ ଜାତୀୟ ଲୋକ ଅଦାଲତ : ଆପୋସ ବୁଝାମଣାରେ ୧୦୯ ମାମଲାର ଫୈସଲା

Advertisment

୬କୋଟି ୭୭ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

୬କୋଟି ୭୭ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

ହାଇକୋର୍ଟରେ ଜାତୀୟ ଲୋକ ଅଦାଲତ : ଆପୋସ ବୁଝାମଣାରେ ୧୦୯ ମାମଲାର ଫୈସଲା

କଟକ : ହାଇକୋର୍ଟରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଜାଭେରୀ, ପ୍ରାଧିକରଣ କାର୍ଯ୍ୟନିର୍ବାହୀ ଅଧୢକ୍ଷା ଜଷ୍ଟିସ ସଞ୍ଜୁ ପଣ୍ତା ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍. ଦାଶଙ୍କ ମାର୍ଗଦର୍ଶନ ଏବଂ ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୧୦୯ଟି ମାମଲା ଆପୋସ ବୁଝାମଣାରେ ଫୈସଲା କରାଯାଇଛି। କ୍ଷତିପୂରଣ ବାବଦରେ ମୋଟ ୬ କୋଟି ୭୭ ଲକ୍ଷ ୨ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ଆଜିର ଏହି ଜାତୀୟ ଲୋକ ଅଦାଲତରେ ୮୪୧ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ଡକ୍ଟର ଜଷ୍ଟିସ୍ ଏ.କେ. ରଥ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ୍‌ କେ.ଆର‌୍‌.ମହାପାତ୍ର, ଡକ୍ଟର ଜଷ୍ଟିସ ଏ.କେ. ମିଶ୍ର ମାମଲାଗୁଡ଼ିକର ଫୈସଲା କରିଥିଲେ। ଏଥି ମଧୢରେ ବ୍ୟାଙ୍କ ମାମଲା, ଏନ୍‌ଆଇ ଆକ୍ଟର ଧାରା ୧୩୮, ଭୂମି ଅଧିଗ୍ରହଣ ଓ ବୀମା କ୍ଷତିପୂରଣ ମାମଲା ଆଦି ଅନ୍ତର୍ଭୁକ୍ତ ରହିଛି। ସାଧାରଣ ବୀମା କମ୍ପାନି ମଧୢରୁ ନ୍ୟୁ ଇଣ୍ତିଆ ଅସ୍ୟୁରାନ୍ସ, ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇଣ୍ତିଆ ଇନସ୍ୟୁରାନ୍ସ କମ୍ପାନି ଓ ଘରୋଇ ବୀମା କମ୍ପାନିଗୁଡ଼ିକ ଲୋକ ଅଦାଲତରେ ଅ˚ଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe