ସରକାର ଭୟରେ ଲୋକାୟୁକ୍ତ ନିଯୁକ୍ତି କରୁନାହାନ୍ତି: ବିଜେପି

ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା: ବିଜେପି

ଭୁବନେଶ୍ୱର : ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତି ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛି ବିଜେପି। ସରକାରୀ ସ୍ତରରେ ମନ୍ତ୍ରୀ, ବିଧାୟକମାନେ ଦୁର୍ନୀତିରେ ବୁଡ଼ି ରହୁଥିବାରୁ ରାଜ୍ୟ ସରକାର ଭୟରେ ଲୋକାୟୁକ୍ତ ନିଯୁକ୍ତି କରୁ ନାହାନ୍ତି ବୋଲି ଦଳ ଅଭିଯୋଗ କରିଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ କେବଳ ବାହାବା ନେବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଲୋକାୟୁକ୍ତ ବିଲ୍‌କୁ ୨୦୧୪ ମସିହାରେ ପାସ୍‌ କରାଇଥିଲେ। ଏହାକୁ ୨୦୧୫ରେ ରାଷ୍ଟ୍ରପତିଙ୍କ ମୋହର ମଧ୍ୟ ବାଜିସାରିଛି। ଏହା ଏବେ ଏକ ଆଇନ୍‌ ହୋଇସାରିଛି। କିନ୍ତୁ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ଦେଉ ନାହାନ୍ତି। ଏପରିକି ଏଥି ପାଇଁ ସୁପ୍ରିମକୋର୍ଟରେ ଦେଇଥିବା ସତ୍ୟପାଠକୁ ବି କାର୍ଯ୍ୟକାରୀ କରୁନାହାନ୍ତି। ସୁପ୍ରିମକୋର୍ଟଙ୍କୁ ମୁଖ୍ୟ ଶାସନ ସଚିବ ସତ୍ୟପାଠ ଦାଖଲ କରି କହିଥିଲେ ଯେ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏଥି ପାଇଁ ଏକ ସର୍ଚ୍ଚ କମିଟି ସରକାର ତୁରନ୍ତ ଗଠନ କରିବେ ଓ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟାକୁ ୨୦୧୮ ଜୁଲାଇ ୧୦ ତାରିଖ ସୁଦ୍ଧା ସାରି କୋର୍ଟଙ୍କୁ ଜଣାଇବେ। କିନ୍ତୁ ଏ ପର୍ଯ୍ୟନ୍ତ ସରକାର ସର୍ଚ୍ଚ କମିଟି ଗଠନ କରି ନାହାନ୍ତି। ତେଣୁ ଜୁଲାଇ ୧୦ ତାରିଖ ସୁଦ୍ଧା କିପରି ଲୋକାୟୁକ୍ତ ନିଯୁକ୍ତି କରିବେ ? ସର୍ଚ୍ଚ କମିଟି କେବେ ଗଠନ କରିବେ, କମିଟି କେବେ ସରକାରଙ୍କୁ ରିପୋର୍ଟ ଦେବ ଓ ସରକାର କେବେ ଲୋକାୟୁକ୍ତ ନିଯୁକ୍ତ କରିବେ, ତାହାର ଉତ୍ତର ରାଜ୍ୟବାସୀଙ୍କୁ ଦେବାକୁ ଶ୍ରୀ ମହାନ୍ତି ଦାବି କରିଥିଲେ।

ଶ୍ରୀ ମହାନ୍ତି କହିଛନ୍ତି, ଲୋକାୟୁକ୍ତ ନିଯୁକ୍ତି କମିଟିର ଅଧ୍ୟକ୍ଷ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ଲୋକାୟୁକ୍ତ ଗଠନ ହେଲେ ସରକାରଙ୍କ ପାଇଁ ବିପଦ ମାଡ଼ି ଆସିବ ବୋଲି ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କୁ ଡର ଲାଗୁଛି। ସେଥି ପାଇଁ ଏହି ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି। ସବୁବେଳେ ସ୍ୱଚ୍ଛ ଭାବମୂର୍ତ୍ତିର କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କର ଯଦି ସତ୍‌ସାହସ ଅଛି, ତେବେ ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ବିଜେପି ଆହ୍ଵାନ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe