ବହୁଚର୍ଚ୍ଚିତ ମାସ୍କ ଓ ପିପିଇ  କିଟ୍  ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କୁ  କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ

Advertisment

ହାଇକୋର୍ଟ ଯିବେ ବୋଲି ପିଟିସନର

ହାଇକୋର୍ଟ ଯିବେ ବୋଲି ପିଟିସନର

ବହୁଚର୍ଚ୍ଚିତ ମାସ୍କ ଓ ପିପିଇ  କିଟ୍  ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କୁ  କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ

ଭୁବନେଶ୍ବର: ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ  କ୍ଲିନଚିଟ୍ ଦେଇଛନ୍ତି। ଆଜି ଏ ନେଇ  ଲୋକୟୁକ୍ତଙ୍କ ନିକଟରେ  ଶୁଣାଣି ହୋଇଥିଲା। ଏହି ମାମଲାରେ  ମାର୍ଚ୍ଚ ୧୬ରେ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ। ଏହି ରିପୋର୍ଟ ଆଧାରରେ ପିଟିସନରଙ୍କ ଉପସ୍ଥିତିରେ ମାମଲାର  ଶୁଣାଣି ହୋଇଛି।

ତେବେ ରିପୋର୍ଟକୁ ଆଧାର କରି ଲୋକାୟୁକ୍ତ ରାୟ ଶୁଣାଇଛନ୍ତି। ଏଥିରେ କୌଣସି ତ୍ରୁଟିବିଚ୍ୟୁତି ହୋଇନାହିଁ ବୋଲି କହିଛନ୍ତି ଲୋକାୟୁକ୍ତ। ତେବେ ଏହି ରାୟ ଏକପାଖିଆ ଓ ଏହା ବିରୋଧରେ ସେମାନେ ହାଇକୋର୍ଟ ଯିବେ ବୋଲି ପିଟିସନର ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe