ଲୋକାୟୁକ୍ତରେ କଳାପଥର ଦୁର୍ନୀତିର ଶୁଣାଣି

ଅଭିଯୋଗକାରୀ, ଲିଜଧାରୀ ଓ ଆରଆଇ ହାଜର, ଅଧିକାରୀମାନେ ଦେଲେ ସତ୍ୟପାଠ

କଳାପଥରର କଳା କାରନାମା: ଭିଜିଲାନ୍ସ ରିପୋର୍ଟକୁ ନେଇ ପ୍ରଶାସନ ଅଡ଼ୁଆରେ

Khabar India

ଯାଜପୁର/ଧର୍ମଶାଳା : ଧର୍ମଶାଳା ତହସିଲର ବହୁଚର୍ଚ୍ଚିତ ଆରୁହା ପାହାଡ଼ କଳାପଥର କେଳେଙ୍କାରୀ ନେଇ ଆଜି ଲୋକାୟୁକ୍ତରେ ଶୁଣାଣି ଥିଲା। ଆଜି ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂହ ଅନୁପସ୍ଥିତି ଥିବା ସତ୍ତ୍ବେ ୩ଜଣିଆ ଖଣ୍ଡପୀଠ ବିଜୟ ନାୟକ, ଦେବବ୍ରତ୍ତ ସ୍ବାଇଁ ଓ ର‌ଜେନ୍ଦ୍ର ଶର୍ମା ଶୁଣାଣି କରିଥିଲେ। ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବ୍ରୁଆରି ୨୫ତାରିଖରେ ହେବ ବୋଲି ଘୋଷଣା କରାଯାଇଛି।

ଆଜିର ଶୁଣାଣି ବେଳେ ଅଭିଯୋଗକାରୀ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା, ଲିଜଧାରୀ ତ୍ରିନାଥ ଜେନା, ଆରୁହାର ପୂର୍ବତନ ଆରଆଇ ବାସୁଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ତହସିଲଦାର ସରୋଜ ପଣ୍ଡାଙ୍କ ଓକିଲ ମଧ୍ୟ ଆଜି ଶୁଣାଣିରେ ଉପସ୍ଥିତ ଥିବାବେଳେ ପୂର୍ବତନ ଜିଲ୍ଲାପାଳ ରଞ୍ଜନ ଦାସ, ପୂର୍ବତନ ତହସିଲଦାର ପ୍ରଭାସ ବେହୁରା ଓ ପ୍ରଶାନ୍ତ ସାମନ୍ତରାୟ, ପୂର୍ବତନ ଆରଆଇ ମନୋଜ ମହାପାତ୍ର ଓ କ୍ଷୀରବ୍ଦି ତନୟା ପଣ୍ଡା ପ୍ରମୁଖ ନିଜ ନିଜର ସତ୍ୟପାଠ ଲୋକାୟୁକ୍ତରେ ଦାଖଲ କରିଛନ୍ତି। ଲିଜ ଜମି ୩ ଏକର ବଦଳରେ ୬.୮୦ ଏକର ଦିଆଯାଇଥିବା ସମ୍ପର୍କ‌ରେ ପୂର୍ବତନ ଆରଆଇ ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ, ତତ୍କାଳୀନ ଅମିନଙ୍କ ତ୍ରୁଟି ପାଇଁ ଏଭଳି ହୋଇଛି। ସେ ମଧ୍ୟ ଟ୍ରେସ୍‌ ମ୍ୟାପ ଆଜି ଦାଖଲ କରିଥିଲେ। ବହୁଦିନ ହେଲା ଲୋକାୟୁକ୍ତଙ୍କ ଦ୍ବାରା ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଇତି ମଧ୍ୟରେ ଆରୁହା ପାହାଡ଼ରେ ୨ଥର ଚଢଉ କରାଯାଇଛି। ଆରୁହା ପାହାଡ଼ କଳାପଥର କେଳେଙ୍କାରୀ ନେଇ ଲୋକାୟୁକ୍ତ କି ରାୟ ଦେଉଛନ୍ତି, ତା’ ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe