ବିଜେପି ୧୯, ବିଜେଡି ଏବଂ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ଆଗୁଆ

ଓଡ଼ିଶାର ଲୋକସଭା ନିର୍ବାଚନ ଟ୍ରେଣ୍ଡ

ବିଜେପି ୧୯, ବିଜେଡି ଏବଂ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ଆଗୁଆ

india tv

ଭୁବନେଶ୍ବର: ଓଡ଼ିଶାର ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଏକଜିଟ ପୋଲରେ ଯାହା ଅନୁମାନ କରାଯାଉଥିଲା ତାହା କ୍ରମଶଃ ସତ ହେବା ଭଳି ଲାଗୁଛି। ଏବେକାର ଟ୍ରେଣ୍ଡ ଅନୁଯାୟୀ, ବିଜେପି ଓଡ଼ିଶାର ୨୧ ଲୋକସଭା ଆସନରୁ ୧୯ଟି ଆସନରେ ଆଗୁଆ ରହିଥିବା ବେଳେ, ଗୋଟିଏ ଆସନରେ ବିଜେଡି ଏବଂ ଅନ୍ୟ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗୁଆ ଥିବାବେଳେ, ଯାଜପୁରରେ କେବଳ ବିଜେଡି ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ ଆଗୁଆ ଅଛନ୍ତି। 

ଓଡ଼ିଶାର କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ଭୁବନେଶ୍ବର, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ଜଗତସିଂହପୁର, ସୁନ୍ଦରଗଡ଼, ଆସିକା, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ଭଦ୍ରକ, ବ୍ରହ୍ମପୁର ଓ ପୁରୀ ଲୋକସଭା ଆସନରେ ଆଗୁଆ ଥିବା ଜଣାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe