Advertisment

ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆସୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି: ଲୋକସଭା ବାଚସ୍ପତି ଓମ୍ ବିର୍ଲା

Advertisment
ଓଡ଼ିଶାରେ ମଧ୍ୟ ବିଜେପି ସରକାର ଆସୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି: ଲୋକସଭା ବାଚସ୍ପତି ଓମ୍ ବିର୍ଲା

firstpost

ବାଲେଶ୍ୱର: ଆଜି ବାଲେଶ୍ୱରଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମାବେଶକୁ ସମ୍ବୋଧନ କରିଛନ୍ତି ଲୋକସଭା ବାଚସ୍ପତି ତଥା ବରିଷ୍ଠ ବିଜେପି ନେତା ଓମ୍ ବିର୍ଲା। ସେ କହିଛନ୍ତି, ଓଡ଼ିଶାରେ ମଧ୍ୟ ଏବେ ଲୋକେ ବିରାଟ ପରିବର୍ତ୍ତନ ଚାହୁଁଛନ୍ତି। ଓଡ଼ିଶାରେ ମଧ୍ୟ ବିକାଶ ପାଇଁ ବିଜେପି ସରକାର ଆସୁ ଏକଥା ଓଡ଼ିଶାବାସୀ ଚାହୁଁଛନ୍ତି।

ଓମ୍ ବିର୍ଲା ଆହୁରି କହିଛନ୍ତି, ପୂର୍ବର ଭାରତ ଓ ବର୍ତ୍ତମାନର ଭାରତ ଭିତରେ ଅନେକ ଫରକ ଆସିଛି। ପୂର୍ବରୁ ଭାରତ ବିଭିନ୍ନ ପ୍ରକାର ସାମଗ୍ରୀ ପାଇଁ ବିଦେଶ ଉପରେ ନିର୍ଭର କରୁଥିବାବେଳେ ଏବେ ମେଡ୍ ଇନ୍ ଓଡ଼ିଶା ଅଭିଯାନରେ ଆତ୍ମନିର୍ଭରଶୀଳ ହୋଇଛି।

ଖେଳନା ଠାରୁ ଆରମ୍ଭ କରି ମୋବାଇଲ ସବୁଥିରେ ଭାରତ ଅନ୍ୟ ଦେଶମାନଙ୍କ ଠାରୁ ଆମଦାନୀ କରୁଥିଲା । କିନ୍ତୁ ଏବେ ଛବି ପୁରା ଓଲଟିଛି। ଏବେ ଭାରତ ମୋବାଇଲ ଇଣ୍ଡଷ୍ଟ୍ରିର ହବ୍ ପାଲଟିଛି। ଭାରତର ଯୁବଗୋଷ୍ଠୀଙ୍କ ବୌଦ୍ଧିକ କ୍ଷମତା ଯୋଗୁଁ ଭାରତରେ ବୈଜ୍ଞନିକ ଆବିଷ୍କାର ବଢିଚାଲିଛି। ଏସବୁକୁ ବିଚାର କଲେ ଭାରତ ଆଗାମୀ ୧୦ ବର୍ଷରେ ଦୁନିଆର ସବୁଠୁ ଆଗୁଆ ଏକ୍ସପୋର୍ଟର ଭାବେ ଉଭା ହେବ।

ଏହି ସମାବେଶରେ ବାଲେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ, ବାଲେଶ୍ବର ସଦର ବିଜେପି ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe