କଟକରେ ଲୋମଟାଙ୍କୁରା ଘଟଣା: ମା’ର ତଣ୍ଟି କାଟି ହତ୍ୟା କଲେ ଦୁଇ ଇଂଜିନିୟର ପୁଅ

Advertisment

ଆଜି ଭୋର ସମୟରେ କଟକ ମହାନଦୀବିହାର ଅଞ୍ଚଳରେ ଘଟିଛି‌ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଦୁଇ ଇଂଜିନିୟର ପୁଅ ନିଜ ମା’ର ତଣ୍ଟି କାଟି ହତ୍ୟା କରିଛନ୍ତି। ଚାଉଳିଆଗଞ୍ଜ ଥାନା ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି।

ଆଜି ଭୋର ସମୟରେ କଟକ ମହାନଦୀବିହାର ଅଞ୍ଚଳରେ ଘଟିଛି‌ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଦୁଇ ଇଂଜିନିୟର ପୁଅ ନିଜ ମା’ର ତଣ୍ଟି କାଟି ହତ୍ୟା କରିଛନ୍ତି। ଚାଉଳିଆଗଞ୍ଜ ଥାନା ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି।

jgdjdgjggjy

କଟକ-ମହାନଦୀବିହାର: ଆଜି ଭୋର ସମୟରେ କଟକ ମହାନଦୀବିହାର ଅଞ୍ଚଳରେ ଘଟିଛି‌ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଦୁଇ ଇଂଜିନିୟର ପୁଅ ନିଜ ମା’ର ତଣ୍ଟି କାଟି ହତ୍ୟା କରିଛନ୍ତି। ଚାଉଳିଆଗଞ୍ଜ ଥାନା ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସୂଚନା ଅନୁଯାୟୀ ମହାନଦୀବିହାରର ପ୍ଲଟ୍‌ ନମ୍ବର ୭୧୪ରେ ଘର କରି ବହୁବର୍ଷ ହେଲା ରହିଛନ୍ତି ଅନିମା ମହାନ୍ତି (୮୦), ତାଙ୍କ ପୁଅ ଅଂଶୁମାନ ମହାନ୍ତି (୫୦) ଓ ଅନୁରାଗ ମହାନ୍ତି (୪୬)। କିଛି ବର୍ଷ ପୂର୍ବରୁ ଅନିମାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଏକମାତ୍ର ଝିଅର ବି ମୃତ୍ୟୁ ଘଟିଥିଲା। ସେମାନଙ୍କ ଘରକୁ ବାହାର ଲୋକ କେହି ଯାଉ ନଥିବା ବେଳେ ଦୁଇ ପୁଅ ବିଭିନ୍ନ ସମୟରେ ଘର ଭିତରେ ପୂଜାର୍ଚ୍ଚନା କରୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ମୃତ ଅନିମାଙ୍କ ଘର ପାଖରେ ଅଳିଆ ଗଦା ଓ ଘରର ଆସବାବପତ୍ର ପଡ଼ିଥିବା ଦେଖି ସମାଜସେବୀ ସଞ୍ଜୟ କୁମାର ଜେନା ଏ ସଂପର୍କରେ ସଫେଇ କର୍ମଚାରୀଙ୍କୁ ପଚାରି ଥିଲେ। ଅଳିଆ ଆବର୍ଜନାଗୁଡିକ ଯେଉଁ ଘରୁ ଆସିଥିଲା ସେହି ଘରର ବେଲ୍‌ ମାରିବାରୁ ଅଂଶୁମାନ ଗେଟ୍‌ ଖୋଲିଥିଲେ।

ହତ୍ୟା କରି ଭୋଜି ଦେବା ପାଇଁ ମଣ୍ଡପ ବୁଝୁଥିଲେ
କିଛି ବର୍ଷ ପୂର୍ବରୁ ବାପା ଓ ଭଉଣୀଙ୍କର ହୋଇଥିଲା ଅପମୃତ୍ୟୁ

ଶ୍ରୀ ଜେନା ଭିତରକୁ ଯିବା ସମୟରେ ଅଂଶୁମାନ ଏକ ବିଲେଇ ମରିଯାଇଥିବା କହି ଭିତରକୁ ଯିବାକୁ ବାରଣ କରିଥିଲେ। କିନ୍ତୁ ବାରଣ୍ଡାରେ ଅନିମାଙ୍କ ମୃତଦେହକୁ ଉଲଗ୍ନ ଅବସ୍ଥାରେ ଚେୟାର ଉପରେ ବସାଯାଇଥିବାର ଦେଖି ସଞ୍ଜୟ ହତବାକ୍‌ ହୋଇ ଯାଇଥିଲେ। ସେ ପାଟି କରି ଲୋକଙ୍କୁ ଡାକିବାରୁ ମୃତ ଅନିମାଙ୍କ ସାନ ପୁଅ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ବଡ଼ ପୁଅ ଅଂଶୁମାନ ବି ‌ପଳାଇ ଯାଉଥିବା ବେଳେ ଚାଉଳିଆଗଞ୍ଜ ଥାନା ପୁଲିସ ମହାନଦୀବିହାର ମାର୍କେଟ କଂପ୍ଲେକ୍ସ ନିକଟରେ ତାକୁ କାବୁ କରିଥିଲା। ଅନିମାଙ୍କ ଦୁଇ ପୁଅ ଅଂଶୁମାନ ଓ ଅନୁରାଗ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ ଜଣେ ବାଙ୍ଗଲୁରୁରେ ଓ ଅନ୍ୟଜଣେ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପଢ଼ିବା ପରେ ଏକ ମଲ୍ଟି ନ୍ୟାସନାଲ କମ୍ପାନିରେ ଚାକିରି କରିଥିଲେ। କିଛି ବର୍ଷ ହେବ ଦୁଇ ଭାଇ ଚାକିରି ଛାଡ଼ି କଟକ ସିଡିଏ ଅଞ୍ଚଳରେ ଏକ କମ୍ପ୍ୟୁଟର ଏକାଡେମୀ ଖୋଲି ପିଲାଙ୍କୁ ଶିକ୍ଷାଦାନ କରୁଥିଲେ।

ଅବିବାହିତ ଦୁଇ ଭାଇ ଅତ୍ୟନ୍ତ ବିଚିତ୍ର ଢଙ୍ଗରେ ଘରେ ଶହେରୁ ଅଧିକ ବିଲେଇ ରଖିଥିଲେ। ସେମାନଙ୍କର ଏଭଳି  ଆଚରଣ ଯୋଗୁଁ ଅନିମା ବାଲେଶ୍ବରରେ ଥିବା ଝିଆରୀ ଘରେ ରହୁଥିବା ବେଳେ ପନ୍ଦର ଦିନ ପୂର୍ବରୁ ଘରକୁ ଆସିଥିଲେ। ଆଜି ମା’ଙ୍କୁ ମାରିବା ପରେ ଘରେ ବିଲେଇ ମରିଯାଇଛି ବୋଲି ଦୁଇ ଭାଇ ପାଖ ପଡ଼ୋଶୀଙ୍କୁ କହିଥିଲେ। ମା’ଙ୍କୁ ହତ୍ୟା କରିବା ପରେ ବଡ଼ପୁଅ ଅଂଶୁମାନ ସ୍ଥାନୀୟ ଅଞ୍ଚଳର ଦୁଇଟି ମଣ୍ଡପରେ ଏକାଦଶ ଭୋଜି କରିବା ପାଇଁ ମଣ୍ଡପ କର୍ମଚାରୀଙ୍କ ସହ ଆଲୋଚନା କରିଥିଲା। ଏମିତିକି ଏକାଦଶ ଭୋଜି ପାଇଁ ମଣ୍ଡପ ବୁକ୍‌ କରିବାକୁ ଅଗ୍ରିମ ମଧ୍ୟ ଦେଇଥିଲା। ସପ୍ତାହେ ପୂର୍ବରୁ ଦୁଇ ଭାଇ ସନ୍ଧ୍ୟା ସମୟରେ କଟକ ସଦର ଥାନା ଫୁଲନଖରା ଅଞ୍ଚଳରେ ଅସଂଯତ ଅବସ୍ଥାରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକ ସେମାନଙ୍କୁ ନିର୍ଧୁମ ଛେଚିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ମହାନଦୀବିହାରରେ ଛାଡ଼ିଥିଲା। ଏସିପି କୃଷ୍ଣ ଚନ୍ଦ୍ର ସେଠୀ, ଆଇଆଇସି ଦେବେନ୍ଦ୍ର ବିଶ୍ୱାଳ ଫରେନ୍‌ସିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe