କୋଣାର୍କ ମନ୍ଦିର ସଂରକ୍ଷଣ ପ୍ରସଂଗ: ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ଏଏସ୍‌ଆଇର ଜବାବ ଦାଖଲ

Advertisment

୨ ହଜାର କୋଟି ଟଙ୍କା ବ୍ୟବସ୍ଥା ସହିତ ସୂର୍ଯ୍ୟଦେବଙ୍କ ପ୍ରତିମା କୋଣାର୍କ ଆଣିବାକୁ ପିଟିସନ୍

୨ ହଜାର କୋଟି ଟଙ୍କା ବ୍ୟବସ୍ଥା ସହିତ ସୂର୍ଯ୍ୟଦେବଙ୍କ ପ୍ରତିମା କୋଣାର୍କ ଆଣିବାକୁ ପିଟିସନ୍

କରୋନା ସତର୍କତାକୁ ଦୃଷ୍ଟିରେ ରଖି ୭ ଦିନ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟମନ୍ଦିର

HolidayIQ

ଆଜି ଶୁଣାଣି, ଏଏସଆଇ ଅଧୀକ୍ଷକ ରହିବେ ଉପସ୍ଥିତ

କଟକ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ଓ ମରାମତି କାର୍ଯ୍ୟର ସାନି ସ୍ଥିତି ସଂପର୍କରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଅବଗତ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ଭୁବନେଶ୍ବର ସର୍କଲ ଅଧୀକ୍ଷକଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏଏସଆଇ ପକ୍ଷରୁ କୋଣାର୍କ ମନ୍ଦିରର ସଂରକ୍ଷଣ ଓ ମରାମତି ପ୍ରସଂଗରେ ଷ୍ଟାଟସ୍ ରିପୋର୍ଟ ଓ ଆମିକସ୍ କୁରିଙ୍କ ରିପୋର୍ଟ ଉପରେ ସଂସ୍ଥାର ଭୁବନେଶ୍ବର ସର୍କଲ ସୁପରି‌ନଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ କୁମାର ମଲ୍ଲିକ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।
ପୂର୍ବରୁ କୋଣାର୍କ ମନ୍ଦିର ମାଟିର ସ୍ବଭାବ, ରେଖାଗଣିତ ଓ ମୂଳଦୁଆକୁ ଅଧିକ ଅନୁଧ୍ୟାନ କରାଯିବା ଆବଶ୍ୟକ ବୋଲି ଆମିକସ୍ କ୍ୟୁରି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହା ଉପରେ ଏଏସ୍‌ଆଇ ପକ୍ଷରୁ ଦର୍ଶାଯାଇଛି ଯେ, ଏ ସଂପର୍କରେ ସିବିଆରଆଇ ରିପୋର୍ଟ ରହିଛି। କୋଣାର୍କ ସୂର୍ଯ୍ୟମନ୍ଦିରର ଲେଜର ସ୍କାନିଂ, ଫଟୋଗ୍ରାମାଟିକ୍ ସର୍ଭେ, ଥ୍ରି ଡି ମଡେଲିଂ ଓ ଅନ୍ୟ ଡକୁମେଣ୍ଟେସନ୍ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ନଭେମ୍ବର ୨୨ରେ ଟେଣ୍ଡର ଆହ୍ବାନ କରାଯାଇଛି। ମନ୍ଦିର କାନ୍ଥର ଆଭ୍ୟନ୍ତରୀଣ ଅଂଶର ଗୁଣବତ୍ତା ଆକଳନ କରାଯିବ ଓ ଏଥିପାଇଁ ବିଭିନ୍ନ ସ୍ଥାନର ପଥରକୁ ପରୀକ୍ଷା କରାଯିବା ଉପରେ ‌ଆମିକସ କ୍ୟୁରି ଦେଇଥିବା ପରାମର୍ଶ ଉପରେ ଏଏସଆଇ ପକ୍ଷରୁ ଦର୍ଶାଯାଇଛି ଯେ, ତିନୋଟି ନମୁନା ସଂଗ୍ରହ କରାଯାଇ ସିବିଆରଆଇକୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି। ଏଥିସହିତ ଜଗମୋହନ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରାଯିବା ପ୍ରସଂଗରେ ଏଏସଆଇ ଜବାବ ରଖି ଦର୍ଶାଇଛି ଯେ, ସିବିଆରଆଇ ଏଭଳି ପଦକ୍ଷେପ ପାଇଁ ଅନୁମୋଦନ ଦେଇନାହିଁ। ସୂର୍ଯ୍ୟ ମନ୍ଦିରର ରାସାୟନିକ ସଫେଇ ଓ ସଂରକ୍ଷଣ ନିୟମିତ ବ୍ୟବଧାନରେ କରାଯିବା ପ୍ରସଂଗରେ ଏଏସ୍‌ଆଇ ଜବାବରେ ଦର୍ଶାଇଛି ଯେ, ସଂସ୍ଥାର ସାଇନ୍ସ ବ୍ରାଞ୍ଚ ବୈଜ୍ଞାନିକ ସଂରକ୍ଷଣ କୌଶଳ ପ୍ରୟୋଗ କରି ସାଲାଇନ୍ ପ୍ରଭାବରୁ କୀର୍ତ୍ତିରାଜିକୁ ସୁରକ୍ଷା ପାଇଁ ପଦକ୍ଷେପ ନେଉଛି। ଜଗମୋହନର ପୂର୍ବ ଓ ଦକ୍ଷିଣ-ପୂର୍ବ ସଂରକ୍ଷଣ କାର୍ଯ୍ୟ ଚାଲିଛି ଏବଂ ଚଳିତ ଆର୍ଥିକବର୍ଷରେ କାମ ‌ସଂପୂର୍ଣ୍ଣ ହେବ। ମନ୍ଦିରର ଢାଞ୍ଚାକୁ ସଂପୂର୍ଣ୍ଣ ଭାବେ ୱାଟର ଟାଇଟ କରିବା ପାଇଁ ଫାଟ ସ୍ଥାନ ଗୁଡିକରେ ଓ ଯୋଡାଯାଇଥିବା ସ୍ଥାନକୁ ସିଲ୍ କରାଯିବା ପ୍ରସଂଗରେ ଏଏସ୍‌ଆଇ ଦର୍ଶାଇଛି ଯେ ଏହି କାର୍ଯ୍ୟ ଚାଲିଛି। ଅସ୍ଥାୟୀ ଫ୍ରେମ୍ ବା ଛାଞ୍ଚ ଗୁଡିକ ୩/୪ ମାସ ମଧ୍ୟରେ ହଟାଇବା ପ୍ରସଂଗରେ ଏଏସଆଇ ଦର୍ଶାଇଛି ଯେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ।
ଅନ୍ୟପକ୍ଷରେ ଆଜି ଆବେଦନକାରୀ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଏକ ଅନ୍ତରୀଣ ଆବେଦନ ଦାଖଲ କରାଯାଇ କୋଣାର୍କ ସଂପର୍କିତ ସମସ୍ତ ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଯାଇଛି। ୧୯୮୭ରୁ ୟୁନେସ୍କୋ ରିପୋର୍ଟ ସହିତ ସମସ୍ତ ଆନ୍ତର୍ଜାତିକ ସେମିନାର ଓ ବିଶେଷଜ୍ଞ ରିପୋର୍ଟ, ସିବିଆରଆଇ ରିପୋର୍ଟ ତଲବ କରାଯାଉ। କୋଣାର୍କ ମନ୍ଦିର ଉପଯୁକ୍ତ ସଂରକ୍ଷଣ ଓ ମରାମତି ପାଇଁ ଏହା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। କୋଣାର୍କର ମୁଖ୍ୟ ଠାକୁର ସୂର୍ଯ୍ୟଦେବ ହେଇଥିବା ବେଳେ ଏହି ପ୍ରତିମା ଏବେ ପୁରୀ ମନ୍ଦିର ପରିସରରେ ରିହିଛି। ଏହି ମୂର୍ତ୍ତିକୁ କୋଣାର୍କକୁ ପୂଜା ପାଇଁ ଅଣାଯାଉ। ଏହି ଐତିହାସିକ ମନ୍ଦିରର ସଂରକ୍ଷଣ ଓ ମରାମତି ପାଇଁ ୨ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଉ। ମୂଳ ଢାଞ୍ଚା ଉପରେ କୋଣାର୍କ ମନ୍ଦିରର ପୁନଃନିର୍ମ‌ାଣ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe