ଡିଆରଡିଓ ପକ୍ଷରୁ ଦୀର୍ଘ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

Advertisment

ଡିଆରଡିଓ ଓ ଭାରତୀୟ ବାୟୂସେନା ଟିମ୍‌କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିନନ୍ଦନ

ଡିଆରଡିଓ ଓ ଭାରତୀୟ ବାୟୂସେନା ଟିମ୍‌କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଭିନନ୍ଦନ

ଡିଆରଡିଓ ପକ୍ଷରୁ ଦୀର୍ଘ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର : ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ଏବଂ ଭାରତୀୟ ବାୟୁସେନା ମିଳିତ ପ୍ରୟାସରେ ପ୍ରସ୍ତୁତ ଏକ ଦୂରଗାମୀ ବୋମାର ସଫଳ ପରୀକ୍ଷଣ ହୋଇଛି। ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଏହି ବୋମାକୁ ଆକାଶମାର୍ଗରେ ବାୟୁସେନାର ଏକ ଯୁଦ୍ଧ ବିମାନରୁ ନିକ୍ଷେପ କରାଯାଇଥିଲା। ତେବେ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଏହା ସ୍ଥଳଭାଗରେ କରାଯାଇଥିବା ଲକ୍ଷ୍ୟସ୍ଥଳକୁ ହିଟ୍‌ କରିଥିଲା।

ଚାନ୍ଦିପୁରର ଆଇଟିଆର ଦ୍ୱାରା ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍(ଇଏଟ୍ଏସ୍), ଟେଲିମେଟ୍ରି ଏବଂ ରାଡାର ସମେତ ବିଭିନ୍ନ ସ୍ଥାନରେ ଖଞ୍ଜା ଯାଇଥିବା ସେନ୍‌ସର ଦ୍ୱାରା ଏହି ଯୁଦ୍ଧ ବିମାନ, ବୋମା ଏବଂ ତାର କାର୍ଯ୍ୟକ୍ଷମତା ଉପରେ ନଜର ରଖାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ପରୀକ୍ଷଣରେ ସାମିଲ ଥିବା ଡିଆରଡିଓ ଏବଂ ବାୟୁସେନାର ଟିମ୍‌କୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଏକ ଫୋର୍ସ ମଲ୍ଟିପର୍ ଭାବେ ପ୍ରମାଣିତ ହେବ ବୋଲି କହିଛନ୍ତି। ସେହିପରି ଡିଡିଆର ଆଣ୍ଡ ଡି’ର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡି ଏହି ଦୀର୍ଘ ଦୂରଗାମୀ ବୋମାର ସଫଳ ଉଡ଼ାଣ ଓ ପରୀକ୍ଷଣ ଭାରତୀୟ ପ୍ରତିରକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିପାରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe