ଓଡ଼ିଶା ହୋମ୍ ଆଣ୍ଡ୍ କମରସିଆଲର ନିର୍ଦ୍ଦେଶକଙ୍କ ନାଁରେ ଲୁକ ଆଉଟ୍ ନୋଟିସ୍

Advertisment
ଓଡ଼ିଶା ହୋମ୍ ଆଣ୍ଡ୍ କମରସିଆଲର ନିର୍ଦ୍ଦେଶକଙ୍କ ନାଁରେ ଲୁକ ଆଉଟ୍ ନୋଟିସ୍

ଭୁବନେଶ୍ବର : ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କ ନାମରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଲୁକ୍-ଆଉଟ୍‌ ନୋଟିସ୍ ଜାରି ହୋଇଛି। ଯଦି କୌଣସି ବ୍ୟକ୍ତି ମନୋଜଙ୍କ ବିଷୟରେ ସୂଚନା‌ ଦିଅନ୍ତି, କ୍ରାଇମବ୍ରା‌ଞ୍ଚ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯିବ। ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଗୋପନ ରଖାଯିବ ବୋଲି କୁହାଯାଇଛି।

କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମନୋଜ ଏସଓଏସ୍ ଭିଲେଜ ସମ୍ମୁଖ କଳିଙ୍ଗ ଷ୍ଟୁଡିଓ ନିକଟରେ ‘ଗଣପତି ହୋମ୍ସ’ ନାମକ ଏକ ପ୍ରୋଜେକ୍ଟ କରିଥିଲେ। ୨୦୧୮ ମସିହା ସୁଦ୍ଧା ଗ୍ରାହକମାନଙ୍କୁ ବିବାଦ ବିହୀନ ଫ୍ଲାଟ୍‌ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଟିସିଏସ୍‌ର କେତେକ କର୍ମଚାରୀ ଫ୍ଲାଟ୍ ନେବା ପାଇଁ ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲର ନିର୍ଦ୍ଦେଶକ ମନୋଜଙ୍କୁ ୨୦ କୋଟି ଟଙ୍କା ଦେଇଥିଲେ। କିନ୍ତୁ ଟିସିଏସ୍‌ କର୍ମଚାରୀଙ୍କୁ ଫ୍ଲାଟ୍‌ ଯୋଗାଇବା ବଦଳରେ ଦିନ ଗଡ଼ାଇ ଚାଲିଥିଲେ। ଓଲଟି ମନୋଜ ୭ଟି ଫ୍ଲାଟ୍ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରି ଦେଇଥିଲେ। କେବେଳ ଏହି ପ୍ରୋଜେକ୍ଟ କାହିଁକି, ତା’ର ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ ଗ୍ରାହକମାନଙ୍କୁ ଠକିବା ଅଭିଯୋଗରେ ମନୋଜକୁ ପୂର୍ବରୁ ବିଭିନ୍ନ ଥାନା ପୁଲିସ ଗିରଫ କରିସାରିଛି।

ମନୋଜ ହେଉଛି ଓଡ଼ିଶା ହୋମ୍ ଆଣ୍ଡ କମରସିଆଲର ଅନ୍ୟତମ ନିର୍ଦ୍ଦେଶକ। ପୂର୍ବରୁ ଏହି ମାମଲାର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାନ୍ତ୍ର୍ରା ଗିରଫ ହୋଇ ଏବେ ଜେଲରେ। ଅନ୍ୟ ଦୁଇ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଓ ସରୋଜ କୁମାର ପଣ୍ଡା ଏବେ ପୁଲିସ ଗିରଫ ଭୟରେ ଫେରାର ଅଛନ୍ତି। ଟିସଏସ୍ ପକ୍ଷରୁ ରଞ୍ଜନ କୁମାର ମହାପାତ୍ର କ୍ରାଇମ୍‌ ବ୍ରାଞ୍ଚରେ ଏ ନେଇ ଅଭିଯୋଗ କରିଥିଲେ। ଯଦି କୌଣସି ବ୍ୟକ୍ତି ମନୋଜଙ୍କ ସମ୍ପର୍କରେ ସୂଚନା‌ ଦେବାକୁ ଚାହାନ୍ତି, ସେମାନେ କ୍ରାଇମ ବ୍ରାଞ୍ଚର ମୋବାଇଲ ନଂ-୮୮୯୫୩୦୧୫୩୯ରେ ସୂଚନା ଦେଇପାରିବେ। ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe