ଚାଇନାର ୩ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଋଣ ନାଁରେ ଆକାଉଣ୍ଟ୍ ଖୋଲି ଠକେଇ: ପୁଲିସ୍ ପଞ୍ଝାରେ ୩ ସାଇବର୍ ଅପରାଧୀ

Sambad English

ଭୁବନେଶ୍ବର: ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। ଇଓଡବ୍ଲୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି  ହୋଇଥିବା ଜଣାଯାଇଛି। ଚାଇନାର ଠକମାନେ ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ନେଇ ଅଭିଯୋଗ ହୋଇଥିଲା। ଠକମାନେ କେବଳ ଓଡ଼ିଶାରେ ନୁହେଁ, ବରଂ ପୂରା ଭାରତରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି। 

ଅଭିଯୋଗ ଅନୁସାରେ ଚାଇନାର ଠକମାନେ ଭାରତରେ ନିଜର ନେଟୱର୍କ ବିସ୍ତାର କରି, ଲୋକଙ୍କୁ ମିଠା ମିଠା କଥା କହି ଠକୁଥିଲେ। ସେମାନେ ଭାରତରେ ଏଥି ପାଇଁ ନିଜର ନେଟୱାର୍କ ବିଛାଇଥିଲେ। କ୍ରେଡିଟ ଗୋଲ୍ଡ ଲୋନ୍ ଆପ୍ ମାଧ୍ୟମରେ ବେଆଇନ ସଂସ୍ଥା କରି ଠକମାନେ ଲୁଟ୍ କରୁଥିଲେ। ଭାରତ ବ୍ୟତୀତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶରେ ବି ଠକମାନେ ନିଜର ରାକେଟ ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe