Lookout circular against Sikandar: ସିକନ୍ଦର ବିରୋଧରେ ଜାରି ହେବ ଲୁକ୍ଆଉଟ୍‌ ସର୍କୁଲାର! ଅନ୍ତର୍ଜାତୀୟ ଲିଙ୍କ୍ ଖୋଜୁଛି ପୁଲିସ

Advertisment

ଜଗତସିଂହପୁର ଥାନା ଅନ୍ତର୍ଗତ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ବସ୍ତିରେ ବାଂଲାଦେଶୀ ଆଡ଼ା ଠାବ ହେବା ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ୍ ଓରଫ୍ ସିକୋ ଫେରାର ହେବାକୁ ନେଇ ହଟଚମଟ ସୃଷ୍ଟି ହୋଇଛି।

ଜଗତସିଂହପୁର ଥାନା ଅନ୍ତର୍ଗତ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ବସ୍ତିରେ ବାଂଲାଦେଶୀ ଆଡ଼ା ଠାବ ହେବା ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ୍ ଓରଫ୍ ସିକୋ ଫେରାର ହେବାକୁ ନେଇ ହଟଚମଟ ସୃଷ୍ଟି ହୋଇଛି।

police

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ବସ୍ତିରେ ବାଂଲାଦେଶୀ ଆଡ଼ା ଠାବ ହେବା ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ୍ ଓରଫ୍ ସିକୋ ଫେରାର ହେବାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଦୁଇଟି ସ୍ବତନ୍ତ୍ର ଟିମ୍ ଗଲା ତିନିଦିନ ଧରି ବିଭିନ୍ନ ଅଞ୍ଚଳରେ ଛାନ୍‌ଭିନ୍ କରୁଥିବା ବେଳେ ସିକନ୍ଦରର ପତ୍ତା ମିଳୁ ନାହିଁ। ସିକନ୍ଦର ସିସିଟିଭି କ୍ୟାମେରା ହାର୍ଡଡିସ୍କ ନେଇ ଫେରାର ହୋଇଯିବା ଘଟଣା ଏବେ ପୁଲିସ ପାଇଁ ଚିନ୍ତାର କାରଣ ସାଜିଛି। ସିକନ୍ଦର ମାନବ ଚାଲାଣ ସହ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗ ଥିବାବେଳେ ବାଂଲାଦେଶୀଙ୍କୁ ଆଶ୍ରୟ ଦେବା ଆହୁରି ସଙ୍ଗିନ ବୋଲି କୁହାଯାଉଛି। ସିକନ୍ଦର ଘରକୁ ବହୁ ମାଫିଆ, ପ୍ରଭାବଶାଳୀ ବ୍ୟକ୍ତି, ବିଭିନ୍ନ ଅନୈତିକ କାରବାରରେ ଲିପ୍ତ ଲୋକ ଯିବାଆସିବା କରୁଥିବାର ସ୍ପଷ୍ଟ ସୂଚନା ପୁଲିସକୁ ମିଳିଛି। ସେହିପରି ଫେରାର ଭଡ଼ାଟିଆଙ୍କ ମଧ୍ୟରୁ ଏକାଧିକ ବାଂଲାଦେଶୀ ରହିଛନ୍ତି। ସେମାନଙ୍କ ଚିତ୍ର ମଧ୍ୟ ସିସି କ୍ୟାମେରାରେ ରହିଥିବା ଆଶା କରାଯାଉଛି। ତେଣୁ ପ୍ରମାଣ ନଷ୍ଟ କରିବାକୁ ସେ ହାର୍ଡଡିସ୍କ ଧରି ଫେରାର ହୋଇଯାଇଛି। 

ସିସି କ୍ୟା‌ମେରା ହାର୍ଡଡିସ୍କ ନେଇ ଚମ୍ପଟ ମାରିଛି
ଅନ୍ତର୍ଜାତୀୟ ଲିଙ୍କ୍ ଖୋଜୁଛି ପୁଲିସ
ଅର୍ଥ ଆସିଥିବା ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି

ସିକନ୍ଦରର ଅନ୍ତର୍ଜାତୀୟ ଲିଙ୍କ୍ ଗୁମର ଖୋଲିବା ପାଇଁ ପୁଲିସ ଏବେ ତାର ବିଭିନ୍ନ ବ୍ୟାଙ୍କରେ ଥିବା ପ୍ରାୟ ଚାରିଟି ଆକାଉଣ୍ଟକୁ ଯାଞ୍ଚ କରୁଛି। କେଉଁ ଦେଶରୁ ଅର୍ଥ ଆସୁଥିଲା, କେଉଁ ବ୍ୟକ୍ତି ବିଶେଷ ବା ସଂଗଠନରୁ ଅର୍ଥ ଆସୁଥିଲା, ପୁଲିସ ତାହାର ‌ଖୋଳତାଡ଼ କରୁଛି। ସିକନ୍ଦରର ପତ୍ତା ମିଳୁ ନ ଥିବାରୁ ତା’ ନାମରେ ଲୁକଆଉଟ୍‌ 
ସର୍କୁଲାର ଜାରି କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏବେ ସୁଦ୍ଧା ବିରିଡ଼ି ବାଗଲପୁରରେ ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ୨୫ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଜେରା ସହ ସେମାନଙ୍କର କାଗଜପତ୍ର ଯାଞ୍ଚ କରୁଛି ସ୍ବତନ୍ତ୍ର ଟାସ୍କଫୋର୍ସ। ଉପଜିଲ୍ଲାପାଳ, ବିରିଡି ବିଡିଓ, ତହସିଲଦାର ଓ ପୁଲିସକୁ ନେଇ ଗଠିତ ଟାସ୍କଫୋର୍ସ ସେମାନଙ୍କର ଆଧାର କାର୍ଡ, ଭୋଟର କାର୍ଡ, ଜମିପଟ୍ଟା, ରାସନ୍‌କାର୍ଡ ଆଦି ଯାଞ୍ଚ କରୁଛନ୍ତି। ସେମାନେ ସରକାରୀ ସହାୟତା କେମିତି ପାଇଛନ୍ତି ତାହାର ମଧ୍ୟ ଯାଞ୍ଚ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe