ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଓ ଭଦ୍ରକ ଜିଲ୍ଲା ଧାମନଗରରେ ସାଢେ ୧୧ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

Advertisment

ଏଟିଏମ୍‌ ଆଗରୁ ସାଢ଼େ ୫ ଲକ୍ଷ, ବ୍ୟବସାୟୀଙ୍କଠାରୁ ୬ ଲକ୍ଷ

ଏଟିଏମ୍‌ ଆଗରୁ ସାଢ଼େ ୫ ଲକ୍ଷ, ବ୍ୟବସାୟୀଙ୍କଠାରୁ ୬ ଲକ୍ଷ

ପୁଲିସର ପରିଚୟ ଦେଇ ଲୁଟ୍‌

haribhoomi.com

ରାଇରଙ୍ଗପୁର/ଧାମନଗର/ଅସୁରାଳି : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଓ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଚୂଡାକୁଟି ବଜାରରୁ ଦୁର୍ବୃତ୍ତମାନେ ସାଢେ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ ‘ରାଇଟର’ ନାମକ ଏକ ସଂସ୍ଥାର କେତେକ କର୍ମଚାରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଟାଟା ଇଣ୍ଡିକ୍ୟାସ୍‌ ଏଟିଏମ୍‌ରେ ଟଙ୍କା ଭରିବା ପାଇଁ ଆଜି ଭଦ୍ରକସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଣ କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ କର୍ମଚାରୀ ଭଣ୍ଡାରିପୋଖରୀ ଅଞ୍ଚଳର ବସନ୍ତ ପାଢ଼ୀ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ସୁରେଶ କୁମାର ମଲ୍ଲିକ ଏକ ବାଇକ୍‌ ଯୋଗେ ଦୁଇଟି ବ୍ୟାଗରେ ୮ ଲକ୍ଷ ଟଙ୍କା ଧରି ଚୂଡାକୁଟିସ୍ଥିତ ଇଣ୍ଡିକ୍ୟାସ୍‌ ଏଟିଏମ୍‌ରେ ଭର୍ତ୍ତି କରିବାକୁ ବାରିକପୁର-ଗୋବିନ୍ଦପୁର ରାସ୍ତା ଦେଇ ଆସୁଥିଲେ। ରାତି ପ୍ରାୟ ୭ଟା ବେଳକୁ ଦୁଇ କର୍ମଚାରୀ ଏଟିଏମ୍‌ ନିକଟରେ ପହଞ୍ଚି ଟଙ୍କା ଭର୍ତ୍ତି ପାଇଁ ପ୍ରସ୍ତୁତ ହେଉଥିବାବେଳେ ହଠାତ ଗୋଟିଏ ପଲସର୍‌ ଓ ଗୋଟିଏ ଆପାଚି ବାଇକ୍‌ରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ସେଠାରେ ପହଞ୍ଚିଥିଲେ। କର୍ମଚାରୀଦ୍ବୟ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଗୋଟିଏ ବ୍ୟାଗ୍‌ ଝାମ୍ପି ନେଇ ଦ୍ରୁତଗତିରେ ଫେରାର ହୋଇ ଯାଇଥିଲେ। ଉକ୍ତ ବ୍ୟାଗରେ ୫ ଲକ୍ଷ ୫୦ ହଜାର ଟଙ୍କା ଥିଲା ବୋଲି ଜମା କରିବାକୁ ଆସିଥିବା କର୍ମଚାରୀଦ୍ବୟ କହିଛନ୍ତି।

ସେହିପରି ରାଇରଙ୍ଗପୁର ସହରରେ ଜଣେ ବ୍ୟବସା‌ୟୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ରାତି ୧୧ଟାରେ ବ୍ୟବସାୟୀ ରୂପେଶ କୁମାର ମହାନ୍ତି ଦୋକାନ ବନ୍ଦ କରୁଥିବା ବେଳେ ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ। ରୂପେଶ ଆଜି ସକାଳେ ରାଇରଙ୍ଗପୁର ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe