ବାଇପାସ୍‌ରେ ପୁଣି ଲୁଟ୍‌, ଡ୍ରାଇଭର୍‌କୁ ଡରାଇ ପିକ୍‌ଅପ୍‌ ନେଇଗଲେ

Advertisment
ଲୁଟେରାଙ୍କ ପତ୍ତା ପାଉନି ପୁଲିସ, ଦୁଇ ସପ୍ତାହରେ ୧୦ରୁ ଅଧିକ ଲୁଟ୍‌ପାଟ୍‌

Hari Bhoomi

ବରଗଡ଼ : ବରହାଗୋଡା ଟୋଲ୍‌ ଗେଟ୍‌ ପୂର୍ବରୁ ଥିବା ବାଇପାସ୍‌ ରାସ୍ତାରେ ଲୁଟ୍‌ପାଟ୍‌ ବଢ଼ି ଚାଲିଛି। ଟୋଲ୍‌ ଫାଙ୍କିବା ପାଇଁ ଗାଡ଼ି ଗୁଡ଼ିକ ଏହି ରାସ୍ତା ଦେଇ ଯାଉଛି। ଏହି ନିଛାଟିଆ ରାସ୍ତାରେ ଏହାର ସୁଯୋଗ ନେଇ ଲୁଟ୍‌ପାଟ୍‌ ବଢ଼ିଛି। ଶୁକ୍ରବାର ଭୋର୍‌ ୩ଟା ବେଳେ ଜଣେ ଡ୍ରାଇଭର୍‌ ଲୁଟ୍‌ ଶିକାର ହୋଇଛନ୍ତି। ଡ୍ରାଇଭର୍‌ ଜଣକ ହେଲେ ଦିନେଶ ଯାଦବ। ସେ ରାୟପୁରରୁ ଟମାଟୋ ନେଇ ପିକ୍‌ଅପ୍‌ରେ ସମ୍ବଲପୁର ଅଭିମୁଖେ ଆସୁଥିଲେ। ହେଲେ ସେ ଜାତୀୟ ରାଜପଥ ଉପରେ ଯିବା ବଦଳରେ ଟୋଲ୍‌ ଗେଟ୍‌ ପୂର୍ବରୁ ବାଇପାସ୍‌ ରାସ୍ତା ଧରିଥିଲେ। କିଛି ବାଟ ଯିବା ପରେ ୪ଜଣ ଦୁର୍ବୃତ୍ତ ଗଛ ପକାଇ ରାସ୍ତା ଓଗାଳି ଥିଲେ। ଦିନେଶ ଓହ୍ଲାଇବା ପରେ ତାଙ୍କୁ ଛୁରୀ ଦେଖାଇ ଭୟଭୀତ କରିଥିଲେ। ଏବଂ ପିକ୍‌ଅପ୍‌ ଧରି ଚମ୍ପଟ ମାରିଥିଲେ। ଏନେଇ ଟାଉନ ଥାନାରେ ସେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ଛାନ୍‌ଭିନ୍‌ ଚଳାଇଛି।

ସୂଚନାଯୋଗ୍ୟ, ଗତ ୧ ତାରିଖ ଦିନ ଏହି ରାସ୍ତାରେ ଲିପ୍ଟ ମାଗି ଆସୁଥିବା ବଲାଂଗୀର ଜିଲ୍ଲା କଣ୍ଟାବାଞ୍ଜିର ତାରାଚନ୍ଦ ଅଗ୍ରୱାଲ ଲୁଟ୍‌ ଶିକାର ହୋଇଥିଲେ। ସେ କେନ୍ଦୁଝରରୁ ୧୧ଲକ୍ଷ ଟଙ୍କା ନେଇ ଆସୁଥିଲେ। ଭୋର୍‌ରେ ସେ ସମ୍ବଲପୁର ଅଇଁଠାପାଲିରୁ ଗୋଟିଏ ପିକ୍‌ଅପ୍‌ରେ ଲିପ୍ଟ ମାଗି ବରଗଡ଼ ଅଭିମୁଖେ ଆସିଥିଲେ। କିନ୍ତୁ ଉକ୍ତ ଗାଡ଼ିଟି ଏହି ବାଇପାସ୍‌ ରାସ୍ତା ଧରିଥିଲା। ତାରାଚନ୍ଦଙ୍କ ମୁଣ୍ଡରେ ଜ୍ୟାକ୍‌ରେ ମାଡ଼ ମାରି ଡ୍ରାଇଭର୍‌ ଟଙ୍କା ନେଇ ପଳାଇଥିବା ଅଭିଯୋଗ ‌େହାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe