ପିସ୍ତଲ ଓ ଭୁଜାଲି ଦେଖାଇ କାର୍‌ ଓ ମୋବାଇଲ୍‌ ଲୁଟ୍‌; ଚାଳକଙ୍କୁ ମଝି ରାସ୍ତାରେ ଓହ୍ଲାଇ ଦେଲେ

Advertisment
ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ପୁରୁଣାକଟକ : ବୌଦ୍ଧ ଜିଲ୍ଲା ପୁରୁଣାକଟକସ୍ଥିତ ସ୍ୱାଦିଷ୍ଟ ଢାବା ନିକଟରେ ରବିବାର ରାତିରେ ଜଣେ କାର୍‌ ଚାଳକଙ୍କୁ ଦୁର୍ବୃତ୍ତମାନେ ପିସ୍ତଲ ଓ ଭୁଜାଲି ଦେଖାଇ କାର ଲୁଟି ନେଇଥିବା ପୁରୁଣା କଟକ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ବଲାଙ୍ଗୀର ଥାନା ତେଲିଗୋଠପଡ଼ାର ମକରଧ୍ବଜ ମୁନିହିରା ନିଜ କାର୍‌ ନେଇ କୌଣସି କାମରେ ବ୍ରହ୍ମପୁର ଯାଇଥିଲେ। ସେଠାରୁ ରବିବାର ରାତିରେ ଫେରୁଥିବା ବେଳେ ସ୍ବାଦିଷ୍ଟ ଢାବା ନିକଟରେ ଗାଡ଼ି ରଖି ସେଠାରେ ବସି ଖାଉଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ପହଞ୍ଚି ତାଙ୍କୁ ପିସ୍ତଲ ଓ ଭୁଜାଲି ଦେଖାଇବା ସହ ଗାଡ଼ି ସହିତ ଅପହରଣ କରି ନେଇଥିଲେ। ଦୁର୍ବୃତ୍ତମାନେ ମକରଧ୍ବଜଙ୍କୁ ନେଇ କନ୍ଧମାଳ ଜିଲ୍ଲା ସୀମାନ୍ତ ସୁଡୁରୁକୁପା ନିକଟରେ ଓହ୍ଲାଇ ଦେବା ସହ ଗାଡ଼ି ନେଇ ଫୁଲବାଣୀ ଆଡ଼କୁ ଚାଲି ଯାଇଥିଲେ। ଯିବାବେଳେ ସେମାନେ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌ ସହ ସାଢ଼େ ୭ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିବା ମକରଧ୍ବଜ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୁରୁଣାକଟକ ଥାନା ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଦୁର୍ବୃତ୍ତ ଓ ଗାଡ଼ି ସଂପର୍କରେ କୌଣସି ସୂଚନା ମିଳି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe