ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ‌ଆକ୍ରମଣ: ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ୍ତ

Advertisment
ଦୋକାନୀଙ୍କୁ ଗୁଳିମାଡ଼ : ଅବସ୍ଥା ଗୁରୁତର, କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

scbmch.nic.in

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି କିଛି ଦୁର୍ବୃତ୍ତ ଟଙ୍କା ଓ ସୁନା ଲୁଟ କରି ନେଇଛନ୍ତି। ଲୁଟେରାଙ୍କ ଭୁଜାଲି ମାଡ଼ରେ ବୃଦ୍ଧ ଦମ୍ପତି ଉଦୟନାଥ ଜେନା ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ ସ୍ତ୍ରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ଗୋଟାଏ ବେଳେ କିଛି ଦୁର୍ବୃତ୍ତ ଘରର ଗ୍ରିଲ ଭାଙ୍ଗି ଭିତରକୁ ପଶିଥିଲେ। ନିଦ ଭାଙ୍ଗିବାରୁ ଉଦୟ ନାଥ ଏବଂ ତାଙ୍କ ସ୍ତ୍ରୀ ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିବାରୁ ସେମାନେ ଆଣିଥିବା ମାରଣାସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଉଦୟନାଥ ଓ ଜୟନ୍ତୀଙ୍କ ମୁଣ୍ଡ କାନ୍ଧ ବେକ ପିଠି ପ୍ରଭୃତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସ୍ୱାମୀ ଓ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।  ସ୍ୱାମୀ କେନ୍ଦ୍ରାପଡା ହସ୍ପିଟାଲରେ ଥିବା ବେଳେ ସ୍ତ୍ରୀ ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe