କଳା ପଲସର ଆତଙ୍କ: ବ୍ୟବସାୟୀଙ୍କଠାରୁ ୧୭ଲକ୍ଷ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଳା ପଲସର ଆତଙ୍କ: ବ୍ୟବସାୟୀଙ୍କଠାରୁ ୧୭ଲକ୍ଷ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ: କଳା ପଲସରରେ ଆସି ୨ ଲୁଟେରା ଆକ୍ସିସ ବ୍ୟାଙ୍କ ପାଖରୁ ଫୁଲବାଣୀର ଜଣେ ବ୍ୟବସାୟୀଙ୍କଠାରୁ ୧୭ଲକ୍ଷ ୫୦ହଜାର ଝାମ୍ପିନେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଫୁଲବାଣୀର ଏକ ତେଜରାତି ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟିରେ ଆକ୍ସିସ୍ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିଲେ। ହେଲେ ବ୍ୟାଙ୍କ ଆଗରୁ ତାଙ୍କଠାରୁ  ୧୭ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ।

ବ୍ୟାଙ୍କ ତିନିଦିନ ଛୁଟି ରହିଥିବାରୁ ଆଜି ଦିନ ୧୧ଟା ୨୦ ମିନିଟ୍ ସମୟରେ ଅଜୟ ପାତ୍ର ଦୋକାନରୁ ଟଙ୍କା ଧରି ପ୍ରଥମେ ଷ୍ଟେଟ ବ୍ୟାଙ୍କରେ କିଛି ଟଙ୍କା ଜମା କରିଥିଲେ। ବାକି ଟଙ୍କା ଧରି ଆକ୍ସିସ୍ ବ୍ୟାଙ୍କରେ ସେ ଜମା କରିବାକୁ ଯାଉଥିବା ବେଳେ ବ୍ୟାଙ୍କ ନିକଟରୁ ଦୁଇଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ଟଙ୍କା ବ୍ୟାଗଟି ଛଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏନେଇ ପୁଲିସରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ଫୁଲବାଣୀ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ପହଞ୍ଚି ବିଭିନ୍ନ ସିସି ଟିଭି ଫୁଟେଜ ଦେଖି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe