ଲୁଟ୍‌ କରି ଫେରାର୍ ମାରୁଥିଲେ; ଫିଲ୍ମ ଷ୍ଟାଇଲ୍‌ରେ ୨ ଲୁଟେରାକୁ କାବୁକଲା ପୁଲିସ୍

Advertisment
ଲୁଟ୍‌ କରି ଫେରାର୍ ମାରୁଥିଲେ; ଫିଲ୍ମ ଷ୍ଟାଇଲ୍‌ରେ ୨ ଲୁଟେରାକୁ କାବୁକଲା ପୁଲିସ୍

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ୍ ଲୁଟ୍‌ କରି ଫେରାର୍ ମାରୁଥିବା ୨ ଅଭିଯୁକ୍ତକୁ ଫିଲ୍ମ ଷ୍ଟାଇଲରେ କାବୁ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସ୍ଥାନୀୟ ୱାର୍ଡ ନଂ୧୦ ର ଅନୁ ସୁନା (୨୨) ଓ କଲମପୁର ଥାନା ମଣ୍ଡଳର ଇନ୍ଦ୍ରମଣି ନାଏକ (୨୮)। ପ୍ରକାଶ ଯେ, ନର୍ଲା ରାଣୀପଟା ଗ୍ରାମର ବସନ୍ତ ସା (୨୩) କେସିଙ୍ଗା ଷ୍ଟେସନରୁ ଅନ୍ୟ ରାଜ୍ୟକୁ କାମ କରିଯିବାକୁ ଅଟକି ରହିଥିଲେ। ଜଳଖିଆ ଖାଇବା ପାଇଁ ବାହାରକୁ ଆସିଥିବା ବେଳେ ଉକ୍ତ ଯୁବକ ଦ୍ବୟ ତାଙ୍କୁ ମାଡ଼ମାରି ୧୧ ଶହ ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ। ବସନ୍ତ ଏହାର ଏକ ଭିଡିଓ ପୁଲିସ୍ ପାଖକୁ ପଠାଇ ୧୧୨କୁ ଫୋନ କରିଥିଲେ। ପୁଲିସ୍‌ ତ୍ବରିତ ପଦକ୍ଷେପ ନେଇ ଅନୁ ସୁନାକୁ କେସିଙ୍ଗା ହାଇସ୍କୁଲ ନିକଟରୁ ଓ ତାର ସୂଚନା ଅଧାରରେ କଲମପୁର ବସ୍‌ରେ ଫେରାର ମାରୁଥିବା ଇନ୍ଦ୍ରମଣିକୁ ତ୍ରିମୂର୍ତ୍ତି ଛକରେ କାବୁ କରିଥିଲେ। ପରେ ବସନ୍ତଙ୍କ ଅଭିଯୋଗ ଅନୁସାରେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe