କେସିଙ୍ଗା ପୁଲିସ୍‌ ଜାଲରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ: ୧୯ ବାଇକ୍ ଜବତ, ୫ ଗିରଫ

Advertisment

ଅନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ରହିଛି ସମ୍ପୃକ୍ତି

ଅନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ରହିଛି ସମ୍ପୃକ୍ତି

କେସିଙ୍ଗା ପୁଲିସ୍‌ ଜାଲରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ: ୧୯ ବାଇକ୍ ଜବତ, ୫ ଗିରଫ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ୍‌ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଗ୍ୟାଙ୍ଗର ୫ ଜଣକୁ ଗିରଫ କରାଯାଇ ସେମାନଙ୍କଠାରୁ ୧୯ଟି ବାଇକ୍‌, ମୋବାଇଲ, କ୍ୟାମେରା ଓ ଟଙ୍କା ସହ ମାରଣାସ୍ତ୍ର ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଭିଳାଷ ଜି. ସୂଚନା ଦେଇଛନ୍ତି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନାର ଅତିରିକ୍ତ ପୁଲିସ୍ ଆଇଆଇସି ମମତା ହେମ୍ବ୍ରମ ଓ ତାଙ୍କ ଟିମ୍‌ ଗତ ଡିସେମ୍ବର ୭ ତାରିଖ ରାତିରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଅମାଠ ନିକଟ ଶିବ ମନ୍ଦିରଠାରେ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ ଜାତୀୟ ରାଜପଥ ୨୬ରେ ୩ଟି ବାଇକରେ ଡକାୟତି କରିବା ପାଇଁ ଛକି ରହିଥିଲେ। ସୂଚନା ପାଇ କେସିଙ୍ଗା ପୁଲିସ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଏହି ଗ୍ୟାଙ୍ଗର ମୁଖ୍ୟ ତରଣୀସେନ ଭୋଇକୁ ଗିରଫ କରାଯିବା ପରେ ପୂର୍ବରୁ ବିଭିନ୍ନ ଅପରାଧ ଘଟଣାରେ ସାମିଲ ଥିବା ଜଣା ପଡ଼ିଥିଲା। ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଭାଟି ଡକାୟତି ଘଟଣାରେ ସମ୍ପୃକ୍ତ ଥିଲେ। ସେହିଭଳି ଜାତୀୟ ରାଜପଥ ଡକାୟତି ଘଟଣାରେ ମଦନପୁର ରାମପୁର, ନର୍ଲା, ବଲାଙ୍ଗୀର ଓ ବୈାଦ୍ଧ ଥାନାରେ ଏକାଧିକ ମାମଲା ଏହି ଗ୍ୟାଙ୍ଗ ନାମରେ ରହିଛି। ବାଇକ୍‌ ଡକାୟତି ପରେ ପୁରୁଷୋତ୍ତମ ନାଏକ ଏବଂ ବିପିନ ଖରସେଲ ବାଇକ୍‌ ଗୁଡ଼ିକ ବିକ୍ରି କରି ଟଙ୍କା ଆଣି ସେମାନଙ୍କ ମଧ୍ୟରେ ଭାଗ ବଣ୍ଟା କରିଥିଲେ।

publive-image

କେସିଙ୍ଗା ଥାନାଠାରୁ ୧୫ କି.ମି. ଦୂର ଏହି ଡକାୟତି ଗ୍ୟାଙ୍ଗକୁ ଠାବ କରି ଘଟଣାରେ ସଂପୃକ୍ତ ବଲାଙ୍ଗୀର ଜିଲ୍ଲା ତୁଷରା ଥାନା ଅଞ୍ଚଳର ତରଣୀସେନ ଭୋଇ (୨୫), ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଗୁଞ୍ଜେରମାଲ ଗ୍ରାମର କନ୍ଧ ମାଝୀ (୨୩), ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଚାରଭଟ୍ଟା ଗ୍ରାମର ଧ୍ରୁବ ନାଗ (୨୫), କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିମଲା ଗ୍ରାମର ପୁରୁଷୋତ୍ତମ ନାଏକ (୩୧), ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଥୁଆପଦର ଗ୍ରାମର ବିପିନ ଖରସେଲ (୨୮)କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ୩ଟି ମୋବାଇଲ ୧୯ଟି ବିଭିନ୍ନ ଜିଲ୍ଲାରୁ ଚୋରି କରିଥିବା ବାଇକ୍‌, ଗୋଟିଏ କ୍ୟାମେରା ଓ ପ୍ରିଣ୍ଟର, ୩ ହଜାର ଟଙ୍କା, ଲୁହା ରଡ଼, ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଥିବା ଏସ୍‌ପି ଅଭିଳାଷ ଜି. ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ କେସିଙ୍ଗା ପୁଲିସ୍‌ ଆଇଆଇସି ସତ୍ୟ କୁମାର ନନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe