ଲିଫ୍ଟ ଦେଇ ଲୁଟ୍‌

Advertisment
ଭୁଜାଲି ମୁନରେ ଫାଇନାନ୍‌ସ କର୍ମଚାରୀଙ୍କୁ ଲୁଟ୍‌

Jantantra TV

ଧର୍ମଶାଳା : ଚାଲିଚାଲି ଯାଉଥିବା ଲୋକଙ୍କୁ ବାଇକ୍‌ରେ ଲିଫ୍‌ଟ ଦେଇ ଲୁଟ୍‌। ଜେନାପୁର ଥାନା ମହିସରା ଗ୍ରାମର ଅଜୟ ଘଡ଼େଇ ଗତକାଲି ପୂର୍ବାହ୍ନରେ ଏକ ବ୍ୟାଗ୍‌ ଧରି ଚାଲିଚାଲି ସ୍ଥାନୀୟ ତେଲର ଗାଁକୁ ଯାଉଥିଲେ। ୫୩ ନମ୍ବର ଜାତୀୟ ରାଜପଥର ମହିସରା ଗାଁ ଛକ ନିକଟରେ ଏକ ପଲସର ବାଇକ୍ ଅଟକିଥିଲା। ଜଣେ ଯୁବକ ହେଲମେଟ୍ ପିନ୍ଧିଥିବାବେଳେ ମାସ୍କ ଲଗାଇଥିଲା। କେଉଁ ଆଡ଼େ ଯିବ ବୋଲି ପଚାରି ଅଜୟଙ୍କୁ ବାଇକ୍ ପଛରେ ବସାଇ ନେଇଥିଲା। ତାଙ୍କୁ ତେଲର ଗାଁକୁ ନେବା ବଦଳରେ ଜାରକା ବସଷ୍ଟାଣ୍ତ୍ ନିକଟରେ ଅଚେତ ଅବସ୍ଥାରେ ଛାଡ଼ି ପଳାଇଥିଲା। ଅଜୟଙ୍କ ବ୍ୟାଗ୍‌ଟିକୁ ଦୁର୍ବୃତ୍ତ ନେଇଯାଇଥିଲା। ନିଶା କମିବା ପରେ ଅଜୟ ନାକପୋଲ ଡାକ୍ତରଖାନା ବାରଣ୍ତାରେ ରାତି କଟାଇ ଘରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲେ।

ସେହିପରି ବାଜବାଟିର ଏକ କ୍ରସରରେ କାମ କରୁଥିବା କେନ୍ଦୁଝର ହଦଗଡ଼ ଅଞ୍ଚଳର ଶ୍ରମିକ ହାଡ଼ିବନ୍ଧୁ ସିଂ ଘରକୁ ଯିବାପାଇଁ ଚାଲିଚାଲି ଜାରକା ବସଷ୍ଟାଣ୍ତକୁ ଯାଉଥିଲେ। ନାକପୋଲ ଛକ ନିକଟରେ ତାଙ୍କୁ ବାଇକରେ ଲିଫ୍ଟ ଦେଇଥିଲା ଜଣେ ଯୁବକ। କୌଣସି ଏକ ଫାଙ୍କା ସ୍ଥାନରେ ତାଙ୍କ ପାଖରୁ ୧୫ହଜାର ଟଙ୍କା ଓ ଏକ ମୋବାଇଲ ଛଡାଇ ନେଇ ଦୁର୍ବୃତ୍ତ ଚମ୍ପଟ ମାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe