ହୀରାକୁଦରେ ଯୁବକଙ୍କ ଠାରୁ ଲୁଟ

ଡାକ୍ତରାଣୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

NewsWire

ହୀରାକୁଦ: ଗତ ରାତି ହୀରାକୁଦ ନରଡ଼ିହି ଅଂଚଳରେ ଛୁରି ମାଡ କରି ଲୁଟ ହୋଇଛି। ବୌଦ୍ଧ ଅଂଚଳର ପ୍ରସନ୍ନ କର୍ଣ୍ଣ ମାସେ ହେବ ନରଡ଼ିହ ଅଂଚଳରେ ଘରଭଡ଼ା ନେଇ  ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ସାଙ୍ଗ ଗାଡ଼ିଚାଳକ ନିରଞନ ଡାଂଗଙ୍କୁ ନେବା ପାଇଁ ପେଟ୍ରୋଲ ପମ୍ପ ନିକଟକୁ ଯାଉଥିଲେ। ପ୍ରସନ୍ନ ଚାଲି ମୁଖ୍ୟ ରାସ୍ତାକୁ ଯାଉଥିବା ସମୟରେ ପରିଡ଼ା ଚିକେନ ସେଣ୍ଟର ପାଖରେ ତିନି ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ମୋବାଇଲ ଫୋନ୍, ପର୍ସ ଦେବାକୁ କହିଥିଲେ।

ସେ ନଦେବାରୁ ତାଙ୍କୁ ଛୁରିରେ ଆକ୍ରମଣ କରି ଲୁଟିନେଇ ପଳାଇଥିଲେ। ଆଜି ଏ ସଂକ୍ରାନ୍ତରେ ପ୍ରସନ୍ନ ହୀରାକୁଦ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe