ବ୍ୟାଙ୍କ୍‌ରୁ ୯ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

Advertisment
ବେକରେ କଟୁରି ଥୋଇ ଲକ୍ଷେ ଟଙ୍କା ଛଡ଼ାଇନେଲେ

Clipper28

ବଇଣ୍ଡା : ପ୍ରାୟ ସାଢ଼େ ତିନି ବର୍ଷ ପରେ ଅନୁଗୁଳ ଜିଲ୍ଲାରେ ପୁଣି ତାଜା ହୋଇଛି ବ୍ୟାଙ୍କ୍‌ ଚୋରି। ଲୁଟେରା ଗୋଷ୍ଠୀ ଏଥର ଅନୁଗୁଳ ସଂଯୁକ୍ତ କେନ୍ଦ୍ରୀୟ ସମବାୟ (ଏୟୁସିସି) ବ୍ୟାଙ୍କ୍‌କୁ ଟାର୍ଗେଟ୍ କରିଛନ୍ତି । ଗୁରୁବାର ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କ୍‌ର ବଇଣ୍ଡା ଶାଖାରେ ପଶି କଳାକନା ବୁଲାଇ ଦେଇଛନ୍ତି। ବ୍ୟାଙ୍କ୍‌ ଡିଫେଣ୍ଡରରେ ଥିବା ନଗଦ ୮ଲକ୍ଷ ୯୧ହଜାର ଟଙ୍କା ନେଇ ପାର୍‌ ହୋଇଯାଇଛନ୍ତି। ତା’ ସହିତ ବ୍ୟାଙ୍କ୍‌ର ତିନୋଟି କମ୍ପ୍ୟୁଟର, ସିସିଟିଭି କ୍ୟାମେରା, ଆଲାର୍ମ ବେଲ୍ ମଧ୍ୟ ଦୁର୍ବୃତ୍ତମାନେ କାଟି ନେଇ ପଳାଇଛନ୍ତି।

ଏୟୁସିସି ବ୍ୟାଙ୍କ୍‌ ବଇଣ୍ଡା ଶାଖାରେ ଇଏ ପ୍ରଥମ ଘଟଣା ନୁହେଁ, ଗୁରୁବାର ରାତିର ଏହି ଘଟଣାକୁ ମିଶାଇ ଏହି ଶାଖାରେ ତିନି ତିନି ଥର ଲୁଟପାଟ୍‌ ହେବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରଥମ ଦୁଇ ଥରରେ ବ୍ୟାଙ୍କ୍‌ର କିଛି କିଛି ଟଙ୍କା ଚୋରି ହୋଇଥିଲା। ଏଥର କିନ୍ତୁ ବ୍ୟାଙ୍କ୍‌ ଡିଫେଣ୍ଡରରେ ଥିବା ସବୁ ଟଙ୍କା ଦୁର୍ବୃତ୍ତମାନେ ସଫା କରି ନେଇଛନ୍ତି। ଅନୁଗୁଳ ଏସ୍‌ପି ଜଗମୋହନ ମୀନା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ନେଇ ପୁଲିସ ତନାଘନା ତଦନ୍ତ ଚଳାଇଛି। ତେବେ ଆଜି ରାତିସୁଦ୍ଧା ଚୋରିର କୌଣସି ସୁରାକ୍‌ ପାଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe