ପୁଲିସକୁ ଲୁଟେରାଙ୍କ ଚ୍ୟାଲେଞ୍ଜ : ବ୍ୟାଙ୍କ୍ ମ୍ୟାନେଜରଙ୍କ ଘରୁ ଲୁଟିନେଲେ

Advertisment
ପୋଲସରା ବିଧାୟକଙ୍କ ଘରୁ ଚୋରି

WebStockReview

କଟକ : କଟକ ମଧୁପାଟଣା ଥାନା ନୂଆପଡ଼ା ଅଞ୍ଚଳରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଦୁର୍ବୃତ୍ତ ଲୁଟି ନେଇଛନ୍ତି ୬ ଲକ୍ଷ ଟଙ୍କାର ସୁନା-ରୁପା ଅଳଙ୍କାର ଆଉ ୧ ଲକ୍ଷ ଟଙ୍କା ନଗଦ ଟଙ୍କା । ଏ ସଂପର୍କରେ ଲୁଟର ଶିକାର ହୋଇଥିବା ମ୍ୟାନେଜର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଖୋଳତାଡ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସଂପର୍କରେ ଟେର୍‌ ପାଇନାହିଁ।

ସୂଚନା ଅନୁଯାୟୀ, ନୂଆପଡ଼ାରେ ରହୁଥିବା କୃଷ୍ଣ ଚନ୍ଦ୍ର ପଶାୟତ କେନ୍ଦ୍ରାପଡ଼ା ବିଛଣାରେ ଥିବା କାନାଡା ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ଗଲା ଫେବ୍ରୁଆରି ୨୮ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେ ପରିବାର ସହିତ କେନ୍ଦ୍ରାପଡ଼ା ଯାଇଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ତାଙ୍କ ବାପା ବୋଉ ନୂଆପଡ଼ାକୁ ଫେରିଆସିଥିଲେ। ସେମାନେ ପହଞ୍ଚିଲା ବେଳକୁ ଘରେ କଳାକନା ବୁଲି ସାରିଥିଲା। ଘରର ବାହାର ମୁଖ୍ୟ ଗେଟ୍ ତାଲା ଭଙ୍ଗା ଯାଇ ନଥିଲା। ଦୁର୍ବୃତ୍ତମାନେ ପାଚେରି ଡେଇଁ ଭିତର ପଶିବା ପରେ ଘରର ମୁଖ୍ୟ କବାଟ ତାଲା ଭାଙ୍ଗି ଭିତ‌ରେ ପଶିବା ସହିତ ତିନୋଟି ବେଡରୁମ୍ ତାଲା ଭାଙ୍ଗି ଥିଲେ। ଦୁଇଟି ବେଡରୁମରେ ଥିବା ଆଲମିରା ଭାଙ୍ଗି ଆଲମିରାରେ ଥିବା ପ୍ରାୟ ୧୦୦ ଗ୍ରାମ ଓଜନର ସୁନା, ୫୦୦ ଗ୍ରାମର ରୁପା ଅଳଙ୍କାର, ନଗଦ ୧ ଲକ୍ଷ ଟଙ୍କା, ସାମସଙ୍ଗ ଟ୍ୟାବ୍ ଲୁଟ୍ ନେଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe