ପିପିଲି : ବ୍ୟାଙ୍କ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଲୁଟ୍‌

Advertisment
ପୁଲିସର ପରିଚୟ ଦେଇ ଲୁଟ୍‌

haribhoomi.com

ପିପିଲି : ଜାତୀୟ ରାଜପଥରେ ଲୁଟେରାଙ୍କ ରାଜ୍‌ ଚାଲିଛି। ପ୍ରତିଦିନ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଲୁଟତରାଜ ଚାଲିଛି। ଆଜି ଦିନ ଦ୍ବିପ୍ରହରରରେ ପିପିଲି ବନ୍ଧନ ବ୍ୟାଙ୍କ ଶାଖାର ଜଣେ ମହିଳା କର୍ମଚାରୀଙ୍କ ଠାରୁ ଲୁଟ ହୋଇଛି। ବେକରେ କଟୁରୀ ଲଗାଇ ତାଙ୍କ ସ୍କୁଟି ଡିକିରେ ଥିବା ୬୭ ହଜାର ୮୪୫ ଟଙ୍କା ଲୁଟେରାମାନେ ଲୁଟି ନେଇଛନ୍ତି।

ଅଭିଯୋଗ ଅନୁଯାୟୀ ଉକ୍ତ କର୍ମଚାରୀ କବିତା ସାହୁ ଦାଣ୍ତମୁକୁନ୍ଦପୁର ଓ ଜମାଲପୁର ଆଦି ଅଂଚଳରୁ ଉକ୍ତ ବ୍ୟାଙ୍କର ଋଣ ଅର୍ଥ ଆଦାୟ କରି ପିପିଲି ବ୍ଲକ ଛକସ୍ଥିତ ବନ୍ଧନ ବ୍ୟାଙ୍କ ଶାଖାକୁ ଜମା କରିବାକୁ ନିଜ ସ୍କୁଟିରେ ଆସୁଥିଲେ। ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଭୋଗୁଅବାଙ୍କ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ନାଲି ରଙ୍ଗର ବାଇକରେ ପଛରୁ ଆସି ତାଙ୍କ ବେକରେ ଏକ କଟୁରୀ ଲଗାଇ ଡିକିରେ ଥିବା ଟଙ୍କା ଦେଇଦେବାକୁ ଧମକାଇଥିଲେ। କବିତା ସେଠାରେ ଭୟରେ ଭାରସାମ୍ୟ ହରାଇ ସ୍କୁଟି ସହ ରାସ୍ତାପାର୍ଶ୍ବକୁ ଓଲଟି ପଡ଼ିଥିଲେ। ପରେ ଲୁଟେରା ଦ୍ବୟ ତାଙ୍କ ଡିକି ଖୋଲି ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଦ୍ରୁତ ଗତିରେ ପୁରୀ ଅଭିମୁଖେ ଚାଲିଯାଇଥିଲେ। ଏ ସମ୍ପର୍କରେ କବିତା ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe