Theodishastar
ରେଢ଼ାଖୋଲ: ରେଢ଼ାଖୋଲ ସହରରେ ଜଣେ ଆର୍ପିଏଫ୍ ଯବାନଙ୍କ ବାଇକ ଡିକିରୁ ୫୦ ହଜାର ଟଙ୍କା ଲୁଟ୍ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାର, ଆର୍ପିଏଫ୍ ଯବାନ ଲକ୍ଷ୍ମଣ ପ୍ରଧାନ ମଙ୍ଗଳବାର ଦିନ ୧୧ଟାରେ କୌଣସି କାମରେ ରେଢ଼ାଖୋଲ ସହରକୁ ଆସିଥିଲେ। ତାଙ୍କ ବାଇକ ଡିକିରେ ୫୦ ହଜାର ଟଙ୍କା ରଖିଥିଲେ। ତେବେ ତାଙ୍କ ବାଇକକୁ ଏକ ମୋବାଇଲ ଦୋକାନ ଆଗରେ ରଖି ଦୋକାନ ଭିତରକୁ ଯାଇଥିଲେ। ଦୋକାନରୁ ଫେରିବା ବେଳକୁ ତାଙ୍କ ଡିକି ଫାଡି ଟଙ୍କା ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ରେଢ଼ାଖୋଲ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସେହିପରି ଗତ ମାର୍ଚ୍ଚ ମାସରେ ରେଢ଼ାଖୋଲ ଆଦର୍ଶ ନଗରରେ ଦୁର୍ଯ୍ୟୋଧନ ଧଳଙ୍କ ଏକ ନୂତନ ହୋଣ୍ତା ବାଇକ ନିଜ ଘର ସମ୍ମୁଖରୁ ଚୋରି ହୋଇଥିଲା। ତେବେ ପୁଲିସ ଚୋରକୁ ଧରିବାରେ ବିଫଳ ହୋଇଛି। ରେଢ଼ାଖୋଲ ସହରରେ ବହୁ ଛୋଟମୋଟ ଚୋରି ହେଉଥିଲେ ମଧ୍ୟ ପୁଲିସ ଚୋରମାନଙ୍କୁ ଧରିବାରେ ବିଫଳ ହେଉଛି। ସେପଟେ ସହର ସାରା ସିସିଟିଭି କ୍ୟାମେରା ଲାଗିଥିଲେ ବି ଦୁର୍ବୃତ୍ତମାନଙ୍କୁ ଧରିବାରେ ବିଶେଷ ସହାୟକ ହେଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି।
Follow Us