ମାଉଜର୍‌ ଦେଖାଇ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଲୁଟ୍‌

Advertisment
ମାଛଗାଡ଼ିରୁ ଏକଲକ୍ଷ ଟଙ୍କା ଲୁଟ୍‌, ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି

ଚିକିଟି : କେ.ନୂଆଗାଁ ଥାନା ଠାରୁ ମାତ୍ର ୨କିମି ଦୂର ରତନେଇ ମନ୍ଦିର ନିକଟସ୍ଥ ଶାଗୁଣାଖୋଲ ବୁଲାଣି ରାସ୍ତାରେ ଗତରାତିରେ କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ମାଉଜର୍‌ ଦେଖାଇ ତାଙ୍କ ଠାରୁ ୪୦ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ବ୍ୟବସାୟୀ ତୋଫାନ ଆଚାର୍ଯ୍ୟ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୬୫/୨୩ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ପ୍ରକାରେ, ଚିକିଟିପେଣ୍ଠର ବ୍ୟବସାୟୀ ତୋଫାନ ଆଚାର୍ଯ୍ୟ ନିଜ ବାହାଘର ନିମନ୍ତ୍ରଣପତ୍ର ବାଣ୍ଟିବା ପାଇଁ ଦିଗପହଣ୍ଡି ଯାଇଥିଲେ। ସେଠାରୁ ଫେରୁଥିବା ଶାଗୁଣାଖୋଲ ବୁଲାଣିରେ ପାଞ୍ଚଜଣ ଯୁବକ ବାଇକ୍‌ ରଖି ପୂର୍ବରୁ ଜଗି ରହିଥିଲେ। ତୋଫାନଙ୍କୁ ଦେଖି ହଠାତ୍‌ ସେମାନେ ବାଇକ୍‌ ଅଟକାଇଥିଲେ। ତୋଫାନ ବାଇକ୍‌ ରଖିବା ପରେ ଦୁର୍ବୃତ୍ତ ତାଙ୍କର ମୁଣ୍ଡରେ ମାଉଜର୍‌ ଲଗାଇ ତାଙ୍କ ଠାରୁ ୪୦ ହଜାର ଟଙ୍କା ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe