(Representational immage) )Times of India
ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଧୀନ ଚିମିଳା ଗ୍ରାମର ସାପ୍ତାହିକ ହାଟରୁ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ବ୍ୟାଗ୍ ଲୁଟ୍ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ ସୁନାପଶି ଗ୍ରାମର ମଞ୍ଜି ବ୍ୟବସାୟୀ କେତନ ମହାନ୍ତ ପ୍ରତିଥର ପରି ଗତକାଲି ମଧ୍ୟ ଚିମିଳା ହାଟରେ ବସି ମଞ୍ଜି ବ୍ୟବସାୟ କରୁଥିଲେ। ଦୋକାନ ବନ୍ଦ କରି ଜିନିଷପତ୍ର ବନ୍ଧାବାନ୍ଧି କରୁଥିବା ବେଳେ ୪ ଜଣ ଯୁବକ ୨ଟି ବାଇକ୍ରେ ଆସି ତାଙ୍କ ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଛନ୍ତି। ହାଟରେ ଥିବା ଲୋକେ ଲୁଟେରାମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।
Follow Us