Image Courtesy of India Today
ସୋନପୁର : ସୋନପୁର ବ୍ୟାଙ୍କ ଅଫ୍ ବରୋଦାରେ ଥିବା ସୋନପୁର କଲେଜ ବ୍ୟାଙ୍କ ଆକାଉଣ୍ଟରୁ ଜାଲ ଚେକ୍ ବ୍ୟବହାର କରି ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ହଡ଼ପ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋନପୁର କଲେଜର ଆଇଡିପି ଫଣ୍ଡ ଟଙ୍କା ବ୍ୟାଙ୍କ ଅଫ୍ ବରୋଦାରେ ଜମା ଥିଲା। ଗତ ୭ ତାରିଖ ଦିନ ଜାଲ ଚେକ ବ୍ୟବହାର କରି ଏବଂ କଲେଜ ଅଧ୍ୟକ୍ଷଙ୍କ ଦସ୍ତଖତ ଜାଲ କରି କଲେଜ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ୭୦ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ଆର୍ଟିଜିଏସ୍ ମାଧ୍ୟମରେ ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହୋଇଛି। ଏହି ଟଙ୍କା ପଶ୍ଚିମବଙ୍ଗର କୁଚବିହାରର ଏକ ଆସିଆସିଆଇ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଯେଉଁ ଚେକ ନମ୍ବରରେ ଏହି ଟଙ୍କା ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ସେହି ନମ୍ବର ଚେକ ସୋନପୁର କଲେଜରେ ଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସୋନପୁର କଲେଜ ଅଧ୍ୟକ୍ଷ ରାଜୀବ ଲୋଚନ ଅଚାର୍ଯ୍ୟ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ସୋନପୁର ବ୍ୟାଙ୍କ ଅଫ୍ ବରୋଦାର ଶାଖା ପରିଚାଳକ ଏବଂ ଅନ୍ୟ ୨ ଜଣ କର୍ମଚାରୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଆଇଆଇସି ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏସ୍ପି ଅମରେଶ ପଣ୍ଡା, ସୋନପୁର ଏସ୍ଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ସୋନପୁର ଥାନାରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।
Follow Us