ଫାଇନାନ୍ସ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୬୩ ଲକ୍ଷ ଲୁଟ୍‌ ଅଭିଯୋଗ

Advertisment
ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ନିମପଲ୍ଲୀ ନିକଟରୁ ଗତ ରବିବାର ରାତିରେ ଏଲ୍‌ଆଣ୍ଡଟି ଫାଇନାନ୍ସ କମ୍ପାନିର ଦୁଇଜଣ କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ତିନି ଜଣ ଦୁର୍ବୃତ୍ତମାନେ ଏକଲକ୍ଷ ତେଷଠି ହଜାର ଟଙ୍କା ଲୁଟି ନେଇଥିବା ବନ୍ତ ଥାନାରେ ଅଭିଯୋଗ ସୋଇଛି।

ଘଟଣାରୁ ପ୍ରକାଶ ଯେ ଏଲଆଣ୍ଡଟି ଫାଇନାନ୍ସ କମ୍ପାନି ବନ୍ତ ଶାଖାର ଦୁଇଜଣ କର୍ମଚାରୀ ଗତ ରବିବାର ରାତି ୯ଟା ସମୟରେ ବିଭିନ୍ନ ସ୍ଥାନରୁ ଋଣ ଟଙ୍କା ଆଦାୟ କରି ଓଳମ ତରାପୁର ରାସ୍ତାରେ ବନ୍ତ ଆଡ଼କୁ ଫେରୁଥିବା ବେଳେ ନିମପଲ୍ଲୀ ଗ୍ରାମ ନିକଟରେ ମୁହଁରେ ରଂଗବୋଳିହୋଇଥିବା ୩ଜଣ ଯୁବକ କର୍ମଚାରୀଙ୍କ ବାଇକକୁ ଅଟକାଇ ଥିଲେ। କର୍ମଚାରୀମାନେ ବାଇକ ଅଟକାଇବାରୁ ଦୁର୍ବୃତ୍ତମାନେ ସେମାନଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ବାଇକକୁ ଠେଲି ଦେଇଥିଲେ। କର୍ମଚାରୀମାନେ ତଳେ ପଡ଼ିଯାଇଥିଲାବେଳେ ଦୁର୍ବୃତ୍ତମାନେ ସେମାନଙ୍କ ନିକଟରେ ଥିବା ଟଙ୍କା ବ୍ୟାଗକୁ ଛଡାଇନେଇ ବିଲକୁ ଦୌଡ଼ି ପଳାଇଥିଲେ।

ଆକ୍ରମଣର ଶିକାର କର୍ମଚାରୀମାନେ ୧୦୦ନମ୍ଵରକୁ ଫୋନ୍ କରି ଜଣାଇବାରୁ ବନ୍ତ ପୁଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରି ଥିଲେ। ଫାଇନାନ୍ସ କମ୍ପାନିର ଶାଖା ପରିଚାଳକ ଏନେଇ ବନ୍ତ ଥାନାରେ ଏତଲା ଦେଇଥିଲାବେଳେ ଆଦାୟ ହୋଇ ବ୍ୟାଗରେ ଥିବା ଏକଲକ୍ଷ ତେଷଠୀ ହଜାର ଟଙ୍କାକୁ ଦୁର୍ବୃତ୍ତମାନେ ଲୁଟିନେଇଥିବା ଉଲ୍ଲେଖ କରିଛନ୍ତି। ଅଭିଯୋଗ ପାଇ ପୁଲିସ ୭୦/୨୩ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଆଜି ସାଇଣ୍ଟିଫିକ ଟିମ୍ ଓ ଡଗ ସ୍କ୍ୱାର୍ଡ ଘଟଣାସ୍ଥଳରେ ତଦନ୍ତ କରି ଫେରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe