ଘରେ ପଶି ବନ୍ଧୁକ ଦେଖାଇ ସୁନା ଗହଣା ଲୁଟ ଘଟଣା

Advertisment
୨୦ ଲକ୍ଷ ଟଙ୍କାର ଗହଣା ଲୁଟ୍

Times of India

ସମ୍ବଲପୁର : ସମ୍ବଲପୁର ସହରରେ ଏବେ ଅପରାଧୀମାନେ ପୁଲିସ୍‌କୁ ଖୋଲ‌ାଖୋଲି ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି। ଅଇଁଠାପାଲି ଥାନା ଅଧୀନ ଏସ୍‌ଆର୍‌ଆଇଟି କଲୋନିରେ ସୋମବାର ଦିନ ୧ଟା୩୦ରୁ ୨ଟା ମଧ୍ୟରେ ଏଭଳି ଏକ ଘଟଣା ଘଟିଥିଲା। ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଲୁଟିଲା ଭଳି ଲୁଟ୍ କରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ପୁଲିସକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରାଯାଇଥିଲେ ମଧ୍ୟ ଘଟଣାର ୭୨ ଘଣ୍ଟା ପରେ ବି ହାତ ବାନ୍ଧି ବସି ରହିଛି ପୁଲିସ। ଧରିବା ତ ଦୂରର କଥା ଦୁର୍ବୃତ୍ତମାନଙ୍କ ଟେର୍‌‌ ପାଉନି ପୁଲିସ। ଯାହା ଲୋକଙ୍କ ମନରେ ଏକ ଭୟର ବାତାବରଣ ତିଆରି କରିଛି।

ସୂଚନାଯୋଗ୍ୟ ଗତ ସୋମବାର ଦିନ ୧ଟା୩୦ରୁ ୨ଟା ମଧ୍ୟରେ ୪ ଦୁର୍ବୃତ୍ତ ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଲୁଟିଲା ଭଳି ସୁଧାକର ସୂପକାର(୭୦) ଓ ତାଙ୍କ ସ୍ତ୍ରୀ ରୀତା ସୂପକାର(୬୩) ଘରେ ଏକାକୀ ଥିବା ବେଳେ ଏହି ଲୁଟ୍‌କୁ କରିଥିଲେ। ଏହି ସମୟରେ ତାଙ୍କ ପୁଅ କୌଣସି ଜିନିଷ ଆଣିବା ପାଇଁ ବଜାରକୁ ଯାଇଥିଲେ। ପୁଲିସ କହିବା ଅନୁଯାୟୀ ଗୋଟିଏ ସୁନା ଚେନ୍‌, କାନଫୁଲ, ମୁଦି ଆଉ କିଛି ଟଙ୍କା ଦୁର୍ବୃତ୍ତମାନେ ନେଇଛନ୍ତି। ଅନ୍ୟପଟେ ସିସିଟିଭି କ୍ୟାମେରାରେ ପୂରା ଲୁଟ୍‌ର ଛବି କଏଦ ହୋଇଥିଲା। ତାକୁ ପାଇବା ପରେ ମଧ୍ୟ ଘଟଣାର ୭୨ ଘଣ୍ଟା ପରେ ବି କୌଣସି ଟେର୍‌ ନପାଇବା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe