Dainik Bhaskar
ସମ୍ବଲପୁର : ବରେଇପାଲି ଥାନା ଡେଙ୍ଗସରଙ୍ଗି ବାଲାଜୀ କଲୋନିରେ ସିରିଜ୍ ଚୋରି ହୋଇଛି। କେହି ନଥିବା ବେଳେ ଦୁର୍ବୃତ୍ତମାନେ ଶନିବାର ବିଳମ୍ବିତ ରାତିରେ ୨ଟି ଘରୁ ସୁନା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି।
ପ୍ରଦୀପ ରଣାଙ୍କ ଅଭିଯୋଗ ଅନୁଯାୟୀ, କଲୋନିର ଡି-୮ ନମ୍ବର ଘରୁ ୪୨ ଗ୍ରାମ୍ ସୁନା ଅଳଙ୍କାର, ୨ଟି ଲାପଟପ୍, ଗୋଟିଏ ଏଲ୍ଇଡି ଟିଭି, ସାଉଣ୍ଡବକ୍ସ ଆଦି ଚୋରି ହୋଇଛି। ସେଭଳି ଡି-୩୨ ନମ୍ବର ଘରୁ ୩୦,୦୦୦ ଟଙ୍କା, ୩ ହଳ କାନଫୁଲ ଏବଂ ୨ଟି ମୁଦି ଚୋରି ହୋଇଛି। ଏହା ଜଣାପଡ଼ିବା ପରେ ରବିବାର ପ୍ରଦୀପ ବରେଇପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us