ତାଲା ଭାଙ୍ଗି କଳାକନା ବୁଲା​ଇଲେ

ଖାଲାସାହିରୁ ୨ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି

Ilam Times

ଦଶରଥପୁର : ମଙ୍ଗଳପୁର ଥାନା ନିକଟସ୍ଥ ମଙ୍ଗଳପୁର ଗାୟତ୍ରୀ କଲୋନିରୁ ଗତକାଲି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗଦାଧର ନାୟକଙ୍କ ପତ୍ନୀ ଜଗତଜ୍ୟୋତି ମହାପାତ୍ର ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି। ଗତ ୧୯ ତାରିଖରୁ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରିଥିଲେ। ୩୦ ହଜାର ଟଙ୍କା, ସୁନା ହାର, କାନଫୁଲ, ବାହୁଟି, ୨ଟି ମୁଦି, ରୁପା ପାଉଁଜି ସମେତ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଜଗତଜ୍ୟୋତି ଅଭିଯୋଗ କରିଛନ୍ତି।

କେସ୍‌ ନମ୍ବର ୪୫/୨୩ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି। ଏହି ସମୟରେ ଗୋଟିଏ ଗାମୁଛା ଜବତ କରାଯାଇଛି। ଖୁବ ଶୀଘ୍ର ଚୋରମାନଙ୍କୁ ଧରାଯିବ ବୋଲି ଆଇଆଇସି ରୀନାରାଣୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe