Dainik Bhaskar
ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ଆଳିଜଙ୍ଗା ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ଦାସଙ୍କ ଘରେ ଚୋର ପଶି ସୁନାରୁପା ଅଳଙ୍କାର, ଲକ୍ଷାଧିକ ଟଙ୍କା ଓ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ଏସଂପର୍କରେ ଶ୍ରୀ ଦାସଙ୍କ ପୁଅ ଅନିଲ ଗତକାଲି ଥାନାରେ ଏତଲା ଦେଇଛନ୍ତି।
ପ୍ରକାଶ ଯେ, ଅଜାଙ୍କ ଶୁଦ୍ଧିକ୍ରିୟା ପାଇଁ ଅନିଲ ଗତ ୨୧ ତାରିଖରେ ବରୀ ବ୍ଲକ୍ କଳକଳା ଗ୍ରାମକୁ ସପରିବାର ଯାଇଥିଲେ। ଘରେ ଥିବା ତାଙ୍କ ବାପା ସନ୍ତୋଷ ଆଜବେଷ୍ଟସ ଘରେ ଶୋଇଥିଲେ। ଚୋରମାନେ ବାହାର ଲାଇଟ୍ ଲିଭାଇ ଗ୍ରିଲ୍, ତାଲା କାଟି କୋଠାଘରେ ପଶିଥିଲେ। ଷ୍ଟିଲ୍ ଆଲମିରାରେ ଥିବା ସୁନା ଚେନ୍, ମଙ୍ଗଳସୂତ୍ର, ଶାଙ୍ଖି, ୪ଟା ମୁଦି, ୨ଟି ଲକେଟ୍, ୫ହଳ ରୁପା ପାଉଞ୍ଜି, ରୁପା ବଳା, ୨.୫ ଲକ୍ଷ ଟଙ୍କା ଓ ବିଭିନ୍ନ ମୂଲ୍ୟବାନ ଆସବାବପତ୍ର ଲୁଟି ନେଇଥିଲେ। ପୁଲିସ୍ ଆଳିଜଙ୍ଗାରେ ପହି ତଦନ୍ତ ଆରମ୍ଭ କରିଥିଲେ ହେଁ, ଚୋରି ସଂପର୍କରେ କୌଣସି ସୁରାକ ପାଇନାହିଁ।
Follow Us