କବାଟ ଭାଙ୍ଗି ଘରେ ପଶିଲେ ଚୋର; ନଗଦ ୨୧ଲକ୍ଷ, ୧୫ ଲକ୍ଷର ଅଳଙ୍କାର ଲୁଟିନେଲେ

୬୨ ହଜାର ଟଙ୍କା ଲୁଟ୍‌, ୩ ଯୁବକ ଅଟକ

Dainik Bhaskar

ସାକ୍ଷୀଗୋପାଳ : ଗତକାଲି ରାତିରେ ଡକାୟତମାନେ ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁଦେଇପୁର ଗ୍ରାମର ଅଭିରାମ ସ୍ବାଇଁଙ୍କ ଘରେ କଳାକନା ବୁଲାଇଛନ୍ତି। ଜମି ବିକ୍ରି ବାବଦକୁ ମିଳିଥିବା ପ୍ରାୟ ୨୧ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଖବରପାଇ ଆଜି ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ସ୍ବାଇଁଙ୍କର ଶାଶୂ ଏକ ସମ୍ପତ୍ତି ବିକ୍ରି କରିଥିଲେ। ଏବାଦରେ ସେ ଶ୍ରୀ ସ୍ବାଇଁଙ୍କ ପତ୍ନୀଙ୍କୁ ୨୦ ଲକ୍ଷ ୮୦ ହଜାର ଟଙ୍କା ଦେଇଥିଲେ। ରବିବାର ଯୋଗୁ ବ୍ୟାଙ୍କ୍‌ ବନ୍ଦଥିବାରୁ ସେ ଏହି ଟଙ୍କା ସେଠାରେ ରଖିନପାରି ଘରେ ଆଲ୍‌ମିରା ଭିତରେ ରଖିଥିଲେ। ଗତକାଲି ରାତିରେ ପରିବାର ଲୋକେ ଭିନ୍ନ ଭିନ୍ନ କୋଠରିରେ ଶୋଇଥିବା ବେଳେ ଅନ୍ୟ ଏକ କୋଠରିରେ ଥିବା ଆଲ୍‌ମିରାରେ ଶ୍ରୀ ସ୍ବାଇଁ ଏହି ଟଙ୍କା ରଖିଥିଲେ। ଏତଦ୍‌ବ୍ୟତୀତ ଅନ୍ୟ ଏକ କୋଠରିରେ ଥିବା ଆଲ୍‌ମିରାରେ ପୁଅ ବିବାହ ବେଳେ ମିଳିଥିବା ସୁନା ଅଳଙ୍କାର ରହିଥିଲା। ଗତକାଲି ରାତିରେ କେତେକ ଦୁର୍ବୃତ୍ତ ଶ୍ରୀ ସ୍ବାଇଁଙ୍କ ଘରର କବାଟ ଭାଙ୍ଗି ଭିତରେ ପଶିଥିଲେ। ପରେ ଦୁର୍ବୃତ୍ତମାନେ ଦୁଇଟି ଘରର କବାଟ ଭାଙ୍ଗି ସେହି ଘରେ ଥିବା ଦୁଇଟି ଆଲ୍‌ମିରା ଓ ଏକ ବଡ଼ ଟ୍ରଙ୍କ ଭାଙ୍ଗି ସେଥିରେ ଥିବା ନଗଦ୨ ଲକ୍ଷ ୮୦ ହଜାର ଟଙ୍କା, ୧୫ଟି ସୁନାମୁଦି, ଗୋଟିଏ ମଙ୍ଗଳ ସୂତ୍ର, ଗୋଟିଏ ସୁନା ଚେନ୍‌, ୨ ହଳ କାନଫୁଲ , ୨ ହଳ ଝରାଫୁଲ, ୨ଟି ହାର ଓ ୪ ହଳ ରୂପା ପାଉଁଜି ଲୁଟି ନେଇଥିଲେ। ଭୋର୍‌ରୁ ଶ୍ରୀ ସ୍ବାଇଁଙ୍କ ବଡ଼ବୋହୂ ଉଠି କବାଟ, ଅଲମିରା ଭଙ୍ଗା ଯାଇଥିବା ଦେଖି ପାଟି କରି ସମସ୍ତଙ୍କୁ ଡାକିଥିଲେ। ଏନେଇ ଶ୍ରୀ ସ୍ବାଇଁ ସତ୍ୟବାଦୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ କିଛି ଆଙ୍ଗୁଳିଛାପ ସଂଗ୍ରହ କରିଛି। ଘଟଣାର ତଦନ୍ତ ଚାଲିଛି ବୋଲି ସତ୍ୟବାଦୀ ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe