ମାଧପୁର ଗ୍ରାମୀଣ ବ୍ୟାଙ୍କରୁ ତାଲା କାଟି ଲକ୍ଷେ ଟଙ୍କା ଚୋରି

ଖାଲାସାହିରୁ ୨ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି

Ilam Times

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ମାଧପୁରଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ବୁଧବାର ରାତିରେ ତାଲା କାଟି କେହି ଦୁର୍ବୃତ୍ତ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ବ୍ୟାଙ୍କର କର୍ମଚାରୀମାନେ ଗୁରୁବାର ବ୍ୟାଙ୍କକୁ ଡ୍ୟୁଟିରେ ଆସିଥିବା ବେଳେ ବ୍ୟାଙ୍କର ମୁଖ୍ୟ ଗେଟ୍‌ର ତାଲା କଟାଯାଇଥିବା ଦେଖି ପୁରୁଣାକଟକ ଥାନା ପୁଲିସକୁ ଖବର ଦେଇଥିଲେ। ବ୍ୟାଙ୍କରୁ ପ୍ରାୟ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ପୁଲିସକୁ ଜଣାଇଥିଲେ। ବୌଦ୍ଧ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଓ ପୁରୁଣାକଟକ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ବ୍ୟାଙ୍କ ଭିତରେ ଥିବା ସିସିଟିଭିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ଦେଖାଯାଇଛି। ଏନେଇ ପୁରୁଣାକଟକ ଥାନାରେ ଏକ ମମଲା ରୁଜୁ ହୋଇଛି। ଏନେଇ ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀଙ୍କୁ ପଚାରିବାରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କହିଛନ୍ତି।

ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ମାଧପୁର ଉତ୍କଳ ଗ୍ରାମୀଣ ବ୍ୟାଙ୍କର କାନ୍ଥ ଖୋଳି ଚୋରମାନେ ଚୋରି କରିଥିବାର ନଜିର ରହିଛି। ସେହିପରି ଗତ ୨୭ତାରିଖ ବିଳମ୍ବିତ ରାତିରେ ପୁରୁଣାକଟକ ଥାନା ଠାରୁ ମାତ୍ର ଶହେ ମିଟର ଦୂର ଏବଂ ଅବକାରୀ ଥାନାଠାରୁ ମାତ୍ର ୩୦ମିଟର ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନର ଲୁହା କବାଟ ଓ ଗ୍ରିଲ୍‌ ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୬ଲକ୍ଷ ଟଙ୍କା ଓ ବିଦେଶୀ ମଦ ଲୁଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe