ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି: କମ୍ପ୍ୟୁଟର ଓ ସିସିଟିଭି କ୍ୟାମେରା ନେଇଗଲେ ଦୁର୍ବୃତ୍ତ

Advertisment
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି: କମ୍ପ୍ୟୁଟର ଓ ସିସିଟିଭି କ୍ୟାମେରା ନେଇଗଲେ ଦୁର୍ବୃତ୍ତ

ଦଶରଥପୁର : ମଙ୍ଗଳପୁର ଥାନା ଅର୍ନ୍ତଗତ ଅହିୟାସ ବଜାରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(କସପା ଶାଖା)ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କରୁ ଟଙ୍କା ଓ ଅଳଙ୍କାର ନେଇପାରି ନଥିବା ବେଳେ କେବଳ ଗୋଟିଏ ସିସିଟିଭିର ହାର୍ଡ ଡିସ୍କ, କ୍ୟାମେରା ଓ ଏକ କମ୍ପ୍ୟୁଟର ନେଇଯାଇଛନ୍ତି। ଅଭିଯୋଗ ପରେ ମଙ୍ଗଳପୁର ପୁଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି।

ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତିରେ ଜଣେ ସ୍ଥାନୀୟ ଅଞ୍ଚଳର ଦୋକାନୀ ବ୍ୟାଙ୍କ ସଟର ଖୋଲାଥିବା ଦେଖି ଶାଖା ପରିଚାଳକ ଚିନ୍ମୟ ପଣ୍ଡାଙ୍କୁ ଖବର ଦେଇଥିଲେ। ଶ୍ରୀ ପଣ୍ଡା ଘଟଣାସ୍ଥଳକୁ ଆସି ଚୋରି ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଦୁର୍ବୃତ୍ତମାନେ ବ୍ୟାଙ୍କର ଗ୍ରିଲ୍ ଓ ସଟରକୁ ଭାଙ୍ଗିବା ସହ ଷ୍ଟ୍ରଙ୍ଗ୍ ରୁମ୍‌ର ତାଲା ଭାଙ୍ଗିଥିଲେ। ଆଲାରାମ୍‌କୁ କାଟିଦେବା ସହ ୩ଟି ଚାବିକୁ କାଟିଥିଲେ ଓ ସିସିଟିଭିର ହାର୍ଡ ଡିସ୍କକୁ ନେଇ ଯାଇଥିଲେ। ଆଜି ମଙ୍ଗଳପୁର ଥାନା ପୁଲିସ ପ୍ରାଥମିକ ତଦନ୍ତ କରିଥିବା ବେଳେ କଟକ ଫରେନ୍‌ସିକ୍ ଟିମର ଅଧିକାରୀ ଦିଲ୍ଲୀପ ସୁବୁଦ୍ଧି ସଦଳବଳ ପହଞ୍ଚି ତଦନ୍ତ କରିଥିଲେ।

ଟ୍ରେନର ମହାଦେବ ପତି ଜଗତ‌ସିଂହପୁରରୁ ସନ୍ଧାନୀ କୁକୁର ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସନ୍ଧାନୀ କୁକୁର କାର୍ଯ୍ୟାଳୟ ଭିତର ଓ ଦୁର୍ବୃତ୍ତମାନେ ଯାଇଥିବା ସ୍ଥାନ ଚିହ୍ନଟ କରିଥିଲା। ପାଖରେ ଗୋଟିଏ କ୍ୟାବିନ୍ ନିକଟରେ କିଛି ମଦ ବୋତଲ ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା। ମଙ୍ଗଳପୁର ପୁଲିସ୍ ୩ଟି ଭଙ୍ଗାଚାବିକୁ ନେଇଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe